fbpx
BJD SKY
BJD SKY

‘ମୋତେ କେଜ୍ରିୱାଲଙ୍କ ଗିରଫକୁ ନେଇ କୌଣସି ଦୁଃଖ ନାହିଁ’, କାହିଁକି ଏପରି କହିଲେ ଆନ୍ନା ହଜାରେ

BJD

ନୂଆଦିଲ୍ଲୀ: ମଦ ଦୁର୍ନିତୀ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନେଇ ଆଜି ଏପରି ମତ ରଖିଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ । ସେ କହିଛନ୍ତି କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହେବା ପରେ ଦିଲ୍ଲୀରେ ନୂଆ ମଦ ନୀତି ପ୍ରଣୟନ କରିଥିଲେ । ଏ ସଂକ୍ରାନ୍ତରେ ମୁଁ ତାଙ୍କୁ ୨ ଥର ଚିଠି ଲେଖିଥିଲି । ମୋତେ ଦୁଃଖ ଲାଗିଥିଲା କି ମୋ କଥା ସେ ରଖି ନ ଥିଲେ । ଏବେ ସେ ସେହି ମାମଲାରେ ଗିରଫ ହୋଇଛନ୍ତି ।

ଆନ୍ନା କହିଛନ୍ତି କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହେବା ପରେ ନୂଆ ମଦ ନୀତି ପ୍ରଣୟନ କରିଥିଲେ । ମୁଁ ତାଙ୍କୁ ଏ ସଂକ୍ରାନ୍ତରେ ୨ ଥର ପତ୍ର ଲେଖିଥିଲି । କିନ୍ତୁ ସେ ମୋ କଥା ଶୁଣି ନ ଥିଲେ । ଆନ୍ନା କହିଛନ୍ତି ଯେତେବେଳେ କେଜ୍ରିୱାଲ ଓ ସିସୋଦିଆ ଆମ ସହିତ ଆସିଥିଲେ ସେତେବେଳେ ମୁଁ ତାଙ୍କୁ କହିଥିଲି କି ସବୁବେଳେ ଦେଶର ମଙ୍ଗଳ କିପରି ହେବ ତାହାକୁ ଗୁରୁତ୍ୱ ଦେବ । ସେ ଏହି କଥାକୁ ଧ୍ୟାନ ଦେଇ ନ ଥିଲେ । ମୁଁ ତାଙ୍କୁ କୌଣସି ପରାମର୍ଶ ଦେବି ନାହିଁ । କାରଣ ସେ ମୋ କଥା ରଖି ନ ଥିଲେ । ମୁଁ ତାଙ୍କର ଏପରି ଅବସ୍ଥାକୁ ନେଇ ଦୁଃଖିତ ନୁହେଁ ।

Get real time updates directly on you device, subscribe now.