fbpx

IPL-2024 ସିଜନ ଅଧାରୁ ଅବସର ନେବେ MS Dhoni ? ଅଧିନାୟକ ପରେ କ୍ରିକେଟ ଛାଡ଼ିବେ ମାହି!

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ସିଜନର ପ୍ରଥମ ମ୍ୟାଚରେ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁକୁ ଭେଟିବ ଡିଫେଣ୍ଡିଂ ଚମ୍ପିଆନ୍ ଚେନ୍ନାଇ ସୁପର କିଙ୍ଗସ । ତେବେ ଏହି ମ୍ୟାଚର ଦିନକ ପୂର୍ବରୁ ଚେନ୍ନାଇର ଅଧିନାୟକ ଏମ.ଏସ ଧୋନୀ ଅଧିନାୟକ ପଦରୁ ଓହରି ଯାଇଛନ୍ତି । ଏହାସହିତ ଷ୍ଟାର ଓପନର ଋତୁରାଜ ଗାଏକ୍ୱାଡଙ୍କୁ ଦଳର ନେତୃତ୍ୱ ପ୍ରଦାନ କରିଛନ୍ତି ମାହି । ଅର୍ଥାତ୍ ଆଇପିଏଲ-୨୦୨୪ରେ ଧୋନୀ କେବଳ ଜଣେ ୱିକେଟ କିପର ଭାବରେ ଖେଳିବେ । କିନ୍ତୁ ସେ କେତୋଟି ମ୍ୟାଚ୍ ଖେଳିବେ, ସେ ନେଇ ଏବେ ଆଲୋଚନା ଆରମ୍ଭ ହୋଇଛି । ନେତୃତ୍ୱ ଛାଡ଼ିବା ଭଳି ଆଇପିଏଲରୁ ମଧ୍ୟ ଅବସର ନେଇପାରନ୍ତି ଥାଲା ଧୋନୀ । ଚଳିତବର୍ଷ ସିଜନ ଅଧାରୁ ସେ ଅବସର ଘୋଷଣା କରିପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ଆଇପିଏଲ-୨୦୨୪ ପୂର୍ବରୁ ଋତୁରାଜଙ୍କୁ ନିଜ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି କ୍ୟାପଟେନ କୁଲ ମାହି । ଏହାପରେ ଧୋନୀଙ୍କ ଆଇପିଏଲ ଖେଳିବା ନେଇ ଅନେକ ଆଲୋଚନା ହେଉଛି । ତେବେ ଏ ନେଇ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ମାହି ଆଇପିଏଲ-୨୦୨୪ରେ ସମ୍ପୂର୍ଣ୍ଣ ସିଜନ ଖେଳିବେ ବୋଲି ଆଶା କରାଯାଉଛି । ଗତବର୍ଷ ଅପେକ୍ଷା ଧୋନୀ ଚଳିତବର୍ଷ ଅଧିକ ଫିଟ୍ ରହିଛନ୍ତି । ଅଧିନାୟକ ପଦ ହସ୍ତାନ୍ତର କରିବା ପରେ ଏଭଳି ଏକ ବୟାନ ଦେଇ ଚେନ୍ନାଇ ଫ୍ୟାନ୍ସମାନଙ୍କୁ ଖୁସି ଖବର ଦେଇଛନ୍ତି ଫ୍ଲେମିଙ୍ଗ । ଅଭ୍ୟାସ ମ୍ୟାଚରେ ଧୋନୀ ଦମଦାର ବ୍ୟାଟିଂ କରୁଛନ୍ତି । ତେଣୁ ଚଳିତ ସିଜନ ଶେଷ ପର୍ଯ୍ୟନ୍ତ ସେ ଦଳ ସହ ରହିବେ ଏବଂ ମ୍ୟାଚ ଖେଳିବେ ବୋଲି ସଂକେତ ଦେଇଛନ୍ତି କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ । ତେବେ ଧୋନୀ ଆଇପିଏଲ ଶେଷରେ ଅବସର ସମ୍ପର୍କରେ ଘୋଷଣା କରିପାରନ୍ତି ।

୨୦୦୮ ମସିହାରୁ ଦଳରେ ସାମିଲ ହୋଇଥିବା ମାହି ୧୬ ବର୍ଷ ଲଗାତାର ଚେନ୍ନାଇର ଅଧିନାୟକ ରହିଛନ୍ତି । ୨୦୨୨ ମସିହାରେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ନେତୃତ୍ୱ ହସ୍ତାନ୍ତର କରିଥିଲେ ଧୋନୀ । କିନ୍ତୁ ଜାଡେଜା ଏବଂ ଚେନ୍ନାଇ ସୁପର କିଙ୍ଗସ ଉଭୟ ଏଥିରେ ସମ୍ପୂର୍ଣ୍ଣ ବିଫଳ ହେବା ପରେ ଅଦା ସିଜନରୁ ହିଁ ଧୋନୀ ପୁଣିଥରେ ଏହି ଦାୟିତ୍ୱ ନେଇଥିଲେ । ତେବେ ଚଳିତବର୍ଷ ମାହି ଏହି ଦାୟିତ୍ୱ ଷ୍ଟାର ଓପନର ଋତୁରାଜ ଗାଏକ୍ୱାଡଙ୍କୁ ହସ୍ତାନ୍ତର କରିଛନ୍ତି ।

Get real time updates directly on you device, subscribe now.