fbpx
BJD SKY
BJD SKY

ଲୁଚି ଲୁଚି ବିବାହ କଲେ ଜୋମାଟୋର CEO, ଦୀପିନ୍ଦର ଗୋୟଲଙ୍କ ପାଖରେ ଥିବା ଜଣେ ବ୍ୟକ୍ତିଙ୍କ ଦାବି

BJD

ନୂଆଦିଲ୍ଲୀ: ଜୋମାଟୋର ସିଇଓ ଦିପିନ୍ଦର ଗୋୟଲ ମ୍ୟାକ୍ସିକୋର ଉଦ୍ୟୋଗୀ ଗ୍ରେସିୟା ମୁନୋଜଙ୍କୁ ବିବାହ କରିଛନ୍ତି । ନାମ ପ୍ରକାଶ ନ କରିବାକୁ ଜଣେ ବ୍ୟକ୍ତି କହିଛନ୍ତି ଯେ, ତାଙ୍କ ବିବାହ ଏକ ମାସ ପୂର୍ବରୁ ହୋଇଛି । ମେକ୍ସିକୋରେ ଜନ୍ମ ହୋଇଥିବା ମୁନୋଜ ଜଣେ ପୂର୍ବତନ ମଡେଲ ଯିଏ ବର୍ତ୍ତମାନ ନିଜର ଷ୍ଟାର୍ଟଅପ ଉପରେ କାମ କରୁଛନ୍ତି । ମୁନୋଜ ଲକ୍‌ଜରୀ ପ୍ରଡକ୍ଟର ବାଣିଜ୍ୟ କରୁଛନ୍ତି ।

ଦୀପିନ୍ଦର ଗୋୟଲ ଏବଂ ଗ୍ରେସିୟା ମୁନୋଜ ଫେବୃଆରୀରେ ନିଜ ହନିମୁନରୁ ଫେରିଥିଲେ । ନିଜ ଇନଷ୍ଟାଗ୍ରାମ ବାୟୋ ମୁତାବକ ମୁନୋଜଙ୍କ ଜନ୍ମ ମେକ୍ସିକୋରେ ହୋଇଥିଲା ଏବଂ ବର୍ତ୍ତମାନ ସେ ଭାରତରେ ରହୁଛନ୍ତି ।

ମୁନୋଜ ଜାନୁଆରୀରେ ଦିଲ୍ଲୀ ଦର୍ଶନର କିଛି କ୍ଲିପ ମଧ୍ୟ ନିଜ ଇନଷ୍ଟା ଆକାଉଁଣ୍ଟରେ ପୋଷ୍ଟ କରିଛନ୍ତି । ମୁନୋଜ ଇନଷ୍ଟାଗ୍ରାମରେ ଫଟୋ ଅପଲୋଡ କରି ଲେଖିଛନ୍ତି ଯେ, ମୋ ନୂଆ ଘରେ ମୋର ନୂଆ ଜୀବନର ଝଲକ । ଯେଉଁଥିରେ ସେ ଲାଲ କିଲା ବ୍ୟତୀତ ଦେଶର ଜାତୀୟ ରାଜଧାନୀ ଦିଲ୍ଲୀର କିଛି ପ୍ରସିଦ୍ଧ ସ୍ଥାନ ଭ୍ରମଣ କରୁଥିଲେ ।

ଜୋମାଟୋର ସିଇଓ ଦୀପିନ୍ଦର ଗୋୟଲ ଦ୍ୱିତୀୟ ବିବାହ କରିଛନ୍ତି । ଏହା ପୂର୍ବରୁ ତାଙ୍କ ପ୍ରଥମ ବିବାହ କଞ୍ଚନ ଜୋଶୀଙ୍କ ସହ ହୋଇଥିଲା । ଯାହା ସହ ତାଙ୍କର ଭେଟ ଆଇଆଇଟି-ଦିଲ୍ଲୀରେ ପଢିବା ସମୟରେ ହୋଇଥିଲା । ୪୧ ବର୍ଷୀୟ ଦିପୀନ୍ଦର ଗୋୟଲ ଫୁଡ ଡେଲୀଭରୀ ପ୍ଲାଟଫର୍ମ ଜୋମାଟୋର ସଂସ୍ଥାପକ ଏବଂ ସିଇଓ । ତାଙ୍କ କମ୍ପାନୀର ହେଡ କ୍ୱାର୍ଟର ଗୁରୁଗ୍ରାମରେ ଅବସ୍ଥିତ । ସେ

୨୦୦୮ରେ ନିଜ ଆର୍ଣ୍ଟମେଣ୍ଟରୁ କମ୍ପାନୀ ଆରମ୍ଭ କରିଥିଲେ । ଜୋମାଟୋ ସେହି ସମୟରୁ ଏକ ଫୁଡ ଡେଲିଭରୀ କମ୍ପାନୀ ଭାବେ ଲଗାତାର କାର୍ଯ୍ୟ କରିଆସୁଛି । ଏହା ସମଗ୍ର ଭାରତରେ ୧୦୦୦ ରୁ ଅଧିକ ସହରରେ ସର୍ଭିସ ପ୍ରଦାନ କରୁଛି ।

 

Get real time updates directly on you device, subscribe now.