fbpx

IDF ଜାରି କଲା ଫୋନ୍ ରେକର୍ଡିଂ, ହତ୍ୟା ପରେ ଇହୁଦୀ ମହିଳାଙ୍କ ଫୋନ୍‌ରୁ ନିଜ ପିତାମାତାଙ୍କୁ ଗର୍ବର ସହ କଲ୍ କଲା ହମାସ ଆତଙ୍କବାଦୀ

Advertisement

ନୂଆଦିଲ୍ଲୀ:ଏବେ ଟ୍ୱିଟର(X)ରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ପକ୍ଷରୁ ଏକ ଫୋନ୍ ରେକର୍ଡିଂ ଭାଇରାଲ୍ ହେଉଛି ଯେଉଁଥିରେ ଜଣେ ହମାସ୍ ଆତଙ୍କବାଦୀ ଓ ତାର ପିତାମାତାଙ୍କ ସହ ବାର୍ତ୍ତାଳାପ ଶୁଣିବାକୁ ମିଳୁଛି । ଏଥିରେ ଶୁଣିବାକୁ ମିଳୁଛି ଯେ, ଆତଙ୍କବାଦୀ ଜଣକ ଗର୍ବର ସହିତ ନିଜ ପିତାମାତାଙ୍କୁ କହୁଛିି ସେ କିପରି ନିଜ ହାତରେ ୧୦ ଜଣ ଇହୁଦୀଙ୍କୁ ହତ୍ୟା କରିଛିି । ସେ ଏହା କହିବା ସହ ଯୁଦ୍ଧରେ ମୃତ ଇହୁଦୀଙ୍କ ଫଟୋ ମଧ୍ୟ ପଠାଇଛିି ।
ଏହି ଆତଙ୍କବାଦୀ ଜଣକ ଗାଜା ବର୍ଡର ନିକଟସ୍ଥ କିବୁଜ୍ ମେଫାଲସିମ୍‌ରେ ହତ୍ୟା କରିଥିବା ଜଣେ ଇହୁଦୀ ମହିଳାଙ୍କ ଫୋନ୍‌ରେ ନିଜ ପିତାମାତାଙ୍କୁ ଫୋନ୍ କରି ଏପରି କଥା ହେଉଛନ୍ତି । ନିଜ ହ୍ୱାଟସଆପ ମେସେଜ୍ ଚେକ୍ କରି ସେ ଯେଉଁମାନଙ୍କୁ ହତ୍ୟା କରିଛି ସେମାନଙ୍କ ଫଟୋ ଦେଖିବାକୁ ସେ ନିଜ ପିତାମାତାଙ୍କୁ କହୁଛି । ସେ ସେହି ମହିଳାଙ୍କ ସ୍ୱାମୀଙ୍କୁ ମଧ୍ୟ ହତ୍ୟା କରିଛି ଓ ଏହାସହ ୧୦ ଜଣ ଇହୁଦୀଙ୍କୁ ନିଜ ହାତରେ ହତ୍ୟା କରିଛି ବୋଲି ନିଜ ବାପାଙ୍କୁ ଅତି ଗର୍ବର ସହ କହୁଛି ।

ପୁଅର ଏପରି ଆଚରଣରେ ତାର ବାପାମା’ ବି ବେଶ୍ ଖୁସି ହୋଇଯାଇ ଏହାକୁ ସେଲିବ୍ରେଟ୍ କରୁଛନ୍ତି । ତାର ବାପା କହୁଛନ୍ତି ତୋତେ ଈଶ୍ୱର ଆଶୀର୍ବାଦ କରନ୍ତୁ ଏବଂ ତାର ମା’ କହୁଛନ୍ତି କି ତୁ ଯୁଦ୍ଧ ସାରି ଶୀଘ୍ର ଫେରିଆସେ । କିନ୍ତୁ ଆତଙ୍କବାଦୀ ଜଣକ କହୁଛି କି ଆମର ଆଉ ଫେରିବାର ନାହିଁ । ଆମେ ବିଜୟ ଲାଭ କରିବୁ କିମ୍ବା ମୃତ୍ୟୁବରଣ କରିବୁ ।
ଆଇଡିଏଫ୍ ମୁଖବକ୍ତା ଡାନିଏଲ ହେଗରୀ କହିଛନ୍ତି ଏହି ରେକର୍ଡିଂକୁ ଜାତିସଂଘ ସୁରକ୍ଷା ପରିଷଦକୁ ମଧ୍ୟ ପଠାଇ ଦିଆଯାଇଛି ।

Get real time updates directly on you device, subscribe now.