fbpx

ପ୍ରତିଦିନ ପନିର ଖାଇବା ଫାଇଦା , ଜାଣନ୍ତୁ ୭ ଟି ଫାଇଦା ବିଷୟରେ

Advertisement

ଓଡିଶା ଭାସ୍କର : ପନୀରରେ ଶରୀର ପାଇଁ ଆବଶ୍ୟକ ହେଉଥିବା ପୋଷକ ତତ୍ୱ ରହିଛି । ଏହି ପୋଷକ ତତ୍ୱ ପନୀରେ ଭରପୁର ମାତ୍ରାରେ ରହିଛି । ଏହା ସହିତ ଏହା ସ୍ୱାଦରେ ମଧ୍ୟ ଭରପୁର ଥାଏ । ଆଜି ଆମେ ଜାଣିବା ପନୀର ଖାଇବା ଦ୍ୱାରା ଶରୀରରେ କି ଲାଭ ହୋଇ ଥାଏ । ପନୀରେ ପୋଷକ ତତ୍ୱ ଭରପୁର ମାତ୍ରାରେ ରହିଛି । ଏହା ମତିସ୍କ ଏବଂ କୋଶିକାକୁ ମଧ୍ୟ ହେଲଦି ରଖି ଥାଏ । ଯାହା ଦ୍ୱାରା ତାହାର କାର୍ଯ୍ୟ ପ୍ରଣାଳୀ ହେଲଦି ହୋଇଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ ପ୍ରତି ଦିନ ପନୀର ସୀମିତ ମାତ୍ରାରେ ଖାଇବା ଦ୍ୱାରା ଏହା ବ୍ଲଡ ପ୍ରେସରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ ।

ପନୀରକୁ ପ୍ରତିଦିନ ଡାଏଟରେ ବ୍ୟବହାର କରିବା ଦ୍ୱାରା ଏହା ଆପଣଙ୍କ ଓଜନ କମ କରିବାରେ ସାହାର୍ଯ୍ୟ କରିଥାଏ । ସୁସ୍ଥ ଏବଂ ମଜଭୁତ ରହିବା ପାଇଁ ପନୀର ବହୁତ ଆବଶ୍ୟକ ହୋଇଥାଏ । ଏଥିରେ ଭିଟାମିନ ଡି ମଧ୍ୟ ରହିଛି । ପନୀର ଖାଇବା ଦ୍ୱାରା ବଲ୍ଡ ପ୍ରେସର ଏବଂ କୋଲେଷ୍ଟୋର କମ ହୋଇଥାଏ । ଯାହା ଦ୍ୱାରା ଶରୀର ସମ୍ବନ୍ଧୀୟ ରୋଗ କମ ହୋଇଥାଏ । ପନୀରେ ପ୍ରୋଟିନ ମିନେରାଲ ସବୁ ଭରପୁର ମାତ୍ରାରେ ଥାଏ । ଯାହା ଶରୀର ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ପନୀରରେ କ୍ୟାଲସିୟମର ମାତ୍ରା ଅଧିକ ଥାଏ । ଯାହା ଫଳରେ ଏହା ଆମ ଶରୀ ରରେ ହାଡକୁ ମଜଭୂତ କରିଥାଏ ।

Get real time updates directly on you device, subscribe now.