fbpx

ଫିଲ୍ମ ଜଗତରୁ ୬ ମାସ ପାଇଁ ବିରତି ନେବେ ରଣବୀର କପୁର, ଝିଅ ସହ ବିତାଇବେ ସମୟ

Advertisement

ମୁମ୍ବାଇ: ଆଗାମୀ ଫିଲ୍ମ ‘ଆନିମଲ’ ପାଇଁ ରଣବୀର କପୁର ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମରେ ରଣବୀର କପୁରଙ୍କ ସହ ଅଭିନେତ୍ରୀ ରଶ୍ମୀକା ମଣ୍ଡାନା ଅଛନ୍ତି । କହିବାକୁ ଗଲେ ରଣବୀର କପୁର ନିଜ ପ୍ରଫେସନଲ ଲାଇଫ ସହ ପର୍ସନାଲ ଲାଇଫକୁ ନେଇ ଅନେକ ଚର୍ଚ୍ଚାରେ ରହିଥାନ୍ତି । ରଣବୀର କପୁର ବର୍ତ୍ତମାନ ୬ ମାସ ପାଇଁ ଫିଲ୍ମରୁ ବିରତି ବେବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଏହି ବ୍ରେକ ନିଜ ଝିଅ ରାହାଙ୍କ ପାଇଁ ନେଉଛନ୍ତି । କାରଣ ସେ ତାଙ୍କ ସହ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି ।

ରଣବୀର କପୁର ଫ୍ୟାନ୍ସଙ୍କ ସହ ଜୁମରେ ବାର୍ତ୍ତାଳାପ କରିଥିଲେ । କଥାରେ କଥାରେ ସେ ଏହା କହିଛନ୍ତି ଯେ, ରାହା ଜନ୍ମ ହେବାର ଗୋଟିଏ ମାସ ମଧ୍ୟ ସେ ଝିଅ ସହ ସମୟ ବିତାଇ ନାହାନ୍ତି । ସୁଟିଂରେ ବ୍ୟସ୍ତ ରହୁଥିଲେ । ଏବେ ରଣବୀର କପୁର ନିଷ୍ପତ୍ତି ନେଇଛନ୍ତି ଯେ, ସେ ୬ ମାସ ପର୍ଯ୍ୟନ୍ତ ଫିଲ୍ମ ଜଗତରୁ ବିରତି ନେବେ । ସେ ପିତା ହେବାର ଦାୟିତ୍ୱ ନେବାକୁ ଚାହୁଁଛନ୍ତି । କାରଣ ଆଗକୁ ଆସୁଥିବା ଆଲିଆଙ୍କ ଫିଲ୍ମ ଜିଗରାର ସୁଟିଂରେ ବ୍ୟସ୍ତ ରହିବେ ।

ରଣବୀର କପୁର ବାର୍ତ୍ତାଳାପରେ କହିଛନ୍ତି ଯେ, ରାହା ଏବେ ଧୀରେ ଧୀରେ ଚାଲିବା ଆରମ୍ଭ କରିଛି ଏବଂ ଜିନିଷଗୁଡ଼ିକୁ ଚିହ୍ନିବା ମଧ୍ୟ ଆରମ୍ଭ କରିଛି। ସେ ତା ଆଖପାଖର ଲୋକଙ୍କୁ ମଧ୍ୟ ବହୁତ ଭଲ ପାଆନ୍ତି। ରଣବୀର କହିଛନ୍ତି ଯେ, ରାହା କଥା କହିବାକୁ ମଧ୍ୟ ଚେଷ୍ଟା କରୁଛି। ଆଜିକାଲି ରାହା ମା ଏବଂ ବାପାଙ୍କ ସହ କଥା ହେବାକୁ ଚେଷ୍ଟା କରୁଛି।

Get real time updates directly on you device, subscribe now.