fbpx

ଅଭିନେତା ରାଜକୁମାର ରାଓଙ୍କୁ ବଡ ଦାୟିତ୍ୱ ପ୍ରଦାନ କଲେ ନିର୍ବାଚନ ଆୟୋଗ, ଜାତୀୟ ଆଇକନ୍ ଭାବେ ନିଯୁକ୍ତ

Advertisement

ନୂଆଦିଲ୍ଲୀ: ଭାରତ ନିର୍ବାଚନ ଆୟୋଗ ଏଥର ଅଭିନେତା ରାଜକୁମାର ରାଓଙ୍କୁ ନିଜର ନେସନାଲ ଆଇକନ କରିବା ପାଇଁ ନିଷ୍ପତ୍ତି ନେଇଛି । ଆୟୋଗ ଗୁରୁବାର ଦିନ ରାଜକୁମାର ରାଓଙ୍କୁ ଆଇକନ ଭାବେ ନିଯୁକ୍ତ କରିବେ । ତାଙ୍କ ପ୍ରୟାସ ଭୋଟିଂ ପ୍ରତିଶତକୁ ବୃଦ୍ଧି କରିବା ।

ଅଭିନେତା ରାଜକୁମାର ରାଓ ବହୁ ଚଳଚ୍ଚିତ୍ରରେ କାମ କରିଆସିଛନ୍ତି ଏବଂ ସେଥିରୁ ଅନେକ ଫିଲ୍ମ ହିଟ୍ ମଧ୍ୟ ହୋଇଛି । ହେଲେ ନ୍ୟୁଟନ ଏକ ଏପରି ଫିଲ୍ମ ଯାହା ତାଙ୍କୁ ଏକ ଅଲଗା ପରିଚୟ ଦେଇଛି । ୨୦୧୭ରେ ରିଲିଜ ହୋଇଥିବା ଏହି ଚଳଚ୍ଚିତ୍ର ପାଇଁ ରାଜକୁମାର ରାଓଙ୍କୁ ବେଷ୍ଟ ଆକ୍ଟର ପାଇଁ ନେସନାଲ ଆୱାର୍ଡ ମିଳିଥିଲା । ଏହି ଫିଲ୍ମରେ ରାଜକୁମାର ରାଓ ନୂତନ କୁମାର ନାମର ଏକ ସରକାରୀ କ୍ଲର୍କର ଭୂମିକାରେ ନିଜର ଆସିଥିଲେ । ନୂତନ କୁମାର ଏକ ଏପରି କ୍ଲର୍କ ଥିଲେ ଯିଏ ନିରପେକ୍ଷ ଏବଂ ମୁକ୍ତ ନିର୍ବାଚନ କରିବାକୁ ପ୍ରତିଶ୍ରୁତିବଦ୍ଧ ଥିଲେ । ନିର୍ବାଚନ ଆୟୋଗ ତାଙ୍କର ଏହି ଚରିତ୍ରକୁ ଦେଖି ଭୋଟ୍ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାକୁ ଚାହୁଁଛନ୍ତି ।

ଯେତେବେଳେ ନିର୍ବାଚନ ଆୟୋଗ କୌଣସି ବ୍ୟକ୍ତିଙ୍କୁ ନିଜର ନେସନାଲ ଆଇକନ ଚୟନ କରନ୍ତି, ସେହି କଳାକାରଙ୍କୁ ଏକ ବୁଝାମଣା ପତ୍ରରେ ଦସ୍ତଖତ କରନ୍ତି । ଏହି ସ୍ମାରକପତ୍ର ଆଗାମୀ ୩ ବର୍ଷ ପାଇଁ ଅଟେ। ଏହା ପରେ ସେ ସେଲିବ୍ରିଟି ବିଜ୍ଞାପନ ମାଧ୍ୟମରେ, ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଭୋଟ୍ ଦେବା ବିଷୟରେ ଅବଗତ କରାନ୍ତି। ଏହାପୂର୍ବରୁ ନିର୍ବାଚନ ଆୟୋଗ ଅନେକ ଖେଳାଳି ଏବଂ ଅଭିନେତାଙ୍କୁ ଏହାର ଜାତୀୟ ଆଇକନ୍ କରିପାରିଛନ୍ତି।

Get real time updates directly on you device, subscribe now.