fbpx

(Video) ସକାଳୁ ଉଠି ସନ୍ନ୍ୟାସ ପାଇଁ ଟ୍ୱିଟ କରିଦେବି… ଆହତ ବୋଲର ଶାମୀଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମୀ ବର୍ତ୍ତମାନ ଆହତ ଯୋଗୁଁ ଦଳରୁ ବାହାରେ ରହିଛନ୍ତି । ତେବେ ଏହା ମଧ୍ୟରେ ଶାମୀ କ୍ରିକେଟରୁ ଅବସର ନେବା ଉପରେ ଏକ ବୟାନ ଦେଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସକାଳୁ ଉଠି କ୍ରିକେଟରୁ ଅବସର ନେଇଯିବି ବୋଲି କହି ଏବେ ଚର୍ଚ୍ଚାକୁ ଆସିଛନ୍ତି ଷ୍ଟାର ବୋଲର ମହମ୍ମଦ ଶାମୀ । ବିଶ୍ୱକପ ସମୟରେ ଆହତ ହୋଇଥିବାରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସରିଜରୁ ମଧ୍ୟ ସେ ବାଦ୍ ପଡ଼ିଛନ୍ତି । କିନ୍ତୁ ଏହାମଧ୍ୟରେ କ୍ରିକେଟରୁ ନିଜ ସନ୍ନ୍ୟାସ ନେଇ ବଡ଼ ବୟାନ ଦେଇଛନ୍ତି ମହମ୍ମ ଶାମୀ ।

କ୍ରିକେଟ କ୍ୟାରିୟରରୁ କେବେ ବିଦାୟ ନେବେ, ସେ ନେଇ ଶାମୀ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଯେଉଁ ଦିନ ମୋତେ ଅନୁଭବ ହେବ ଯେ, କ୍ରିକେଟରୁ ମୁଁ ବୋର୍ ହୋଇଯାଇଛି ସେଦିନ ମୁଁ କ୍ରିକେଟ ଛାଡ଼ିଦେବି । ସେହି ସମୟରେ ସକାଳୁ ଉଠି ସନ୍ନ୍ୟାସ ପାଇଁ ଟ୍ୱିଟ କରିଦେବି ବୋଲି କହିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ଶାମୀ । ମୋତେ କୌଣସି ଜିନିଷର ଚାପ ନେବାର ଆବଶ୍ୟକତା ନାହିଁ କିମ୍ବା ମୋତେ କେହି ବୁଝାଇବାକୁ ମଧ୍ୟ ନାହାନ୍ତି । ମୋ ପରିବାରରେ ମଧ୍ୟ କେହି ଏ ସମ୍ପର୍କରେ ମୋତେ କିଛି କୁହନ୍ତି ନାହିଁ । ଯେଉଁଦିନ ସକାଳୁ ଉଠି ମୋତେ ଲାଗିବ ଯେ, ଗ୍ରାଉଣ୍ଡକୁ ଯିବା ଉଚିତ୍ ନୁହେଁ, ସେହିଦିନ ମୁଁ କ୍ରିକେଟରୁ ଅବସର ନେଉଛି ବୋଲି ଟ୍ୱିଟ କରିଦେବି । ତେବେ କେଉଁ ଦିନ ସେ କ୍ରିକେଟରୁ ଅବସର ନେବେ, ସେ ଦିନ ବିଷୟରେ ସ୍ପଷ୍ଟ କହିନାହାନ୍ତି କ୍ରିକେଟର ।

ଶାମୀଙ୍କ ବାୟୋପିକ୍ ଆସିବାକୁ ଯାଉଛି ବୋଲି ମଧ୍ୟ ଜାଣିବାକୁ ମିଳିଛି। ତେବେ ଏହି ଚଳଚ୍ଚିତ୍ରରେ ଶାମୀଙ୍କ ଚରିତ୍ରରେ କେଉଁ ଅଭିନେତାଙ୍କୁ ସୁଯୋଗ ମିଳିବ ତାହା ଜଣା ପଡ଼ିନାହିଁ । ଶାମୀ ବର୍ତ୍ତମାନ ନିଜ ବାୟୋପିକ୍ ପ୍ରଶ୍ନର ଉପଯୁକ୍ତ ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ‘ହଁ, ମୋର ବାୟୋପିକ୍ ମଧ୍ୟ ଆସିବ। ଯଦି କୌଣସି ଅଭିନେତା ନାହାଁନ୍ତି ତେବେ କ୍ରିକେଟ୍ ଛାଡିବା ପରେ ମୁଁ ମୋର ବାୟୋପିକରେ କାମ କରିବି ।

Get real time updates directly on you device, subscribe now.