fbpx

(Video): ଏୟାରଲିଫ୍ଟ କରି ଆମେରିକୀୟ ମହିଳାଙ୍କ ଜୀବନ ବଞ୍ଚାଇଲେ IAF, ଟ୍ରେକିଂ ସମୟରେ ହୋଇଥିଲେ ଆହତ

ଶିମଲା: ପୁଣି ଭାରତୀୟ ବାୟୁସେନା ଦେଖାଇଲେ କମାଲ । ଟ୍ରେକିଂ ସମୟରେ ଆହତ ହୋଇଥିବା ଜଣେ ଆମେରିକୀୟ ମହିଳାଙ୍କୁ ଏୟାରଲିଫ୍ଟ କରିଥିଲେ ଭାରତୀୟ ବାୟୁସେନା(IAF) । ପରେ ମହିଳାଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଇଥିଲେ । ବର୍ତ୍ତମାନ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାରୁ ପ୍ରକାଶ ଜଣେ ଆମେରିକୀୟ ମହିଳା ହିମାଚଳ ପ୍ରଦେଶର ତୀସରୀ ଗାଁରେ ଟ୍ରେକିଂ ପାଇଁ ଆସିଥିଲେ । ଏହି ସମୟରେ ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିଲା । ପରେ ସ୍ଥାନୀୟ ପ୍ରଶାସନଙ୍କ ଅନୁରୋଧ କ୍ରମେ ଭାରତୀୟ ବାୟୁସେନା ସାହାଯ୍ୟ ପାଇଁ ଆଗେଇ ଆସିଥିଲେ । ସେମାନେ ଚିତା ହେଲିକପ୍ଟର ସାହାଯ୍ୟରେ ଆହତ ମହିଳାଙ୍କୁ ଏୟାରଲିଫ୍ଟ କରିଥିଲେ । ବର୍ତ୍ତମାନ ସେ ଚଣ୍ଡିଗଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ତେବେ ଭାରତୀୟ ବାୟୁସେନା ଏୟାରଲିଫ୍ଟ ସମୟର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛି ।

Get real time updates directly on you device, subscribe now.