fbpx

ତୁଷିମା କହିଲେ- ‘ବିଜୟ କେତନ କଣ ଆତଙ୍କବାଦୀ ? ‘

ଭୁବନେଶ୍ୱର,୧୭ ।୧(ଓଡିଶା ଭାସ୍କର): ଆଇଏଏସ ବିଜୟ କେତନ ଉପଧ୍ୟାୟା ଗିରଫ ମାମଲା ଆଜି ଏକ ନୂଆ ମୋଡ ନେଇଛି । ବିଜୟଙ୍କ ପତ୍ନୀ ତୁଷିମା ମିଶ୍ର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗିରଫଦାରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବିଜୟ କେତନ କଣ ଆତଙ୍କବାଦୀ ବୋଲି ପ୍ରଶ୍ନ ପଚାରିବା ସହ ମୋ ସ୍ୱାମୀଙ୍କୁ ବିନା କାରଣରେ ହଇରାଣ କରାଯାଉଛି ବୋଲି ସେ କହିଛନ୍ତି । ଏହା ସହ ବିଜୟ କେତନ ବିରୋଧରେ ଆସିଥିବା ଅଭିଯୋଗ ଉଦ୍ଦେଶ୍ୟମୂଳକ ବୋଲି ପତ୍ନୀ ତୁଷିମା କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଆଇଏଏସ ବିଜୟ କେତନ ଉପାଧ୍ୟାୟ ୧ଲକ୍ଷ ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ ହୋଇଥିଲେ । ସେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି । ଏହାପୂର୍ବରୁ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ପ୍ରସଙ୍ଗରେ ତଥ୍ୟ ଦେଇଥିଲା ଭିଜିଲାନ୍ସ । ବିଜୟଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମିଳିଥିଲା ସାଙ୍ଘାତିକ ତଥ୍ୟ । ୨୦୧୨ରୁ ୨୦୧୯ ଭିତରେ ୩ଟି ଖାତାରେ ୭୦ଲକ୍ଷ ଟଙ୍କା ଜମା ହୋଇଥିଲା । ଉଭୟ କାଉଣ୍ଟର ଓ କ୍ୟାସ ଜମା ମେସିନ ଜରିଆରେ ଟଙ୍କା ଜମା ହୋଇଥିଲା । ଏହାସହ ସେ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଥିବା ବେଳେ ଜମା ହୋଇଥିଲା ୨୨ଲକ୍ଷ । ଗୋଟିଏ ଦିନରେ ଏକାଧିକବାର ଆକାଉଣ୍ଟରେ ଟଙ୍କା ଜମା ହୋଇଥିଲା ।

Get real time updates directly on you device, subscribe now.