ଭୁବନେଶ୍ବର: ଭୁବନେଶ୍ବର ନୁହେଁ ଦିଲ୍ଲୀ ସିବିଆଇରେ ହାଜର ହୋଇପାରନ୍ତି IAS ବିଷ୍ଣୁପଦ ସେଠୀ । ତଦନ୍ତରେ ସହଯୋଗ କରିବା ସହ ସମସ୍ତ ତଥ୍ୟ ରଖିବେ ବୋଲି କୁହାଯାଇଛି । ହେଲେ ବର୍ତ୍ତମାନ ସେ ଭୁବନେଶ୍ବର ପରିବର୍ତ୍ତେ ଦିଲ୍ଲୀରେ ହାଜର ହେବେ ବୋଲି ଜଣାପଡିଛି । ଏନେଇ ତାଙ୍କୁ ସିବିଆଇ ପକ୍ଷରୁ ନୋଟିସ ଜାରି କରାଯାଇଛି । B&R କମ୍ପାନୀ GGM ଚଞ୍ଚଲ ମୁଖାର୍ଜୀ ଙ୍କ ସହ 15 ଲକ୍ଷ ଟଙ୍କା ଲାଞ୍ଚ କାରବାରରେ IAS ବିଷ୍ଣୁପଦ ସେଠୀ ଙ୍କ ସମ୍ପୃକ୍ତି ନେଇ ସମନ କରିଥିଲା ସିବିଆଇ । 10 ତାରିଖରେ ସମନ ଜାରି ହୋଇଥିବା ବେଳେ 11 ତାରିଖରେ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ପାଇଁ କୁହାଯାଇଥିଲା । ଏହାରି ଭିତରେ ବିଷ୍ଣୁପଦଙ୍କ 3 ଡ୍ରାଇଭରଙ୍କୁ ଜେରା କରି ସାରିଛି ସିବିଆଇ ।
ଗତ ୭ତାରିଖରେ ଜୟଦେବ ବିହାର ଅଂଚଳରୁ ଏକ କାରରୁ ସିବିଆଇ ଅଫିସରମାନେ ୧୦ଲକ୍ଷ ଟଙ୍କା ନଗଦ ଟଙ୍କା ଜବତ କରଯାଇଥିଲା । ଏହି ଘଟଣାରେ 3ଜଣଙ୍କୁ ଗିରଫ କରିବା ପରେ ଗୋଟିଏ ପରେ ଗୋଟିଏ ଗୁମର ସାମ୍ନାକୁ ଆସିଥିଲା । କେନ୍ଦ୍ରୀୟ ପିଏସୟୁ ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀର ଜେନେରାଲ ମ୍ୟାନେଜର ଚଂଚଳ ମୁଖାର୍ଜୀଙ୍କ ସମେତ ଆଦିତ୍ୟଦେବ ଇନଫ୍ରାଷ୍ଟକର ପ୍ରାଃ ଲିଃର ଦେବଦତ୍ତ ମହାପାତ୍ର ଓ ପେଣ୍ଟା ଏ ଷ୍ଟୁଡ଼ିଓ ପ୍ରାଇଭେଟ୍ ଲିଃର ସନ୍ତୋଷ ମହାରଣାଙ୍କୁ ସିବିଆଇ ଗିରଫ କରିବା ପରେ ବିଷ୍ଣୁପଦଙ୍କ ସମ୍ପୃକ୍ତିର ପୁଳାପୁଳା ପ୍ରମାଣ ପାଇଥିଲା ସିବିଆଇ ।