fbpx

ସ୍ୱେଚ୍ଛାକୃତ ଅବସର ନେଲେ IAS ଗଗନ ଧଳ

ଭୁବନେଶ୍ୱର,୨ ।୧୨(ଓଡିଶା ଭାସ୍କର): ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଗଗନ ଧଳ ବ୍ୟକ୍ତିଗତ କାରଣରୁ ସ୍ୱେଚ୍ଛାକୃତ ଅବସର ନେଲେ । ଆଇଏଏସ୍ ଗଗନଙ୍କ ସ୍ୱେଚ୍ଛାକୃତ ଅବସରକୁ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ସେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ ସୁଦ୍ଧା ରାଜ୍ୟ ସରକାର ତାଙ୍କ ଆବେଦନକୁ ଗ୍ରହଣ କରିନଥିଲେ ।

ତେବେ ୧୯୮୫ ବ୍ୟାଚ୍‌ର ବରିଷ୍ଠ IAS ହେଉଛନ୍ତି ଗଗନ ଧଳ । କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟରତ ଥିଲେ । ଗଗନ ଧଳ ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ପଦରେ ରହିଥିଲେ । ୨୦୨୦ ଜାନୁୟାରୀରେ ସେ ଅବସର ନେଇଥାନ୍ତେ ।

Get real time updates directly on you device, subscribe now.