fbpx

ଆଇଏଏସ ବିଜୟ କେତନ ନିଲମ୍ବିତ

ଭୁବନେଶ୍ୱର, ୩୦ା୧୨(ଓଡ଼ିଶା ଭାସ୍କର): ଆଇଏଏସ ବିଜୟ କେତନ ଉପାଧ୍ୟାୟ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ତାଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ଆଜି ଭିଜିଲାନ୍ସ ଜାଲରେ ଆଇଏଏସ ଅଧିକାରୀ ତଥା ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଫସିଥିଲେ । ତାଙ୍କୁ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଥିଲା ଭିଜିଲାନ୍ସ । ବିଜୟ ବିଲ୍ ପାସ କରାଇବାକୁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିଲେ । ମୋ ସରକାର ଅଧିନରେ ଆସିଥିବା ମତାମତ ଆଧାରରେ ଏହିପରି ପଦକ୍ଷେପ ନିଆଯାଇଛି ।
ବିଜୟ କେତନଙ୍କ ଉପରେ ଦୀର୍ଘ ଦିନ ଧରି ଭିଜିଲାନ୍ସର ନଜର ଥିଲା । ବିଜୟଙ୍କ ବାଲେଶ୍ୱର ଘରେ ଓ ଅଫସରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଏହାସହ ତାଙ୍କ ଶ୍ୱଶୁର ଘର ଓ ଭାଇଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ଚଢ଼ାଉ ପାଇଁ କଟକରୁ ଆଉ ୨ଟି ଅତିରିକ୍ତ ଭିଜିଲାନ୍ସ ଟିମ୍ ପଠା ଯାଇଥିଲା । ୨୦୦୯ ବ୍ୟାଚର ଆଇଏଏସ ଅଧିକାରୀ ବିଜୟ କେତନ ।

Get real time updates directly on you device, subscribe now.