fbpx
BJD SKY
BJD SKY

IAS ନା IPS? କାହାର ପାୱର ଅଧିକ, କିଏ ବେଶୀ ଶକ୍ତିଶାଳୀ, କାହାକୁ ମିଳେ ବେଶି ସୁବିଧା, ଜାଣନ୍ତୁ ସବୁକିଛି

BJD

ନୂଆଦିଲ୍ଲୀ: ଭାରତରେ ସଙ୍ଘୀୟ ଲୋକସେବା ଆୟୋଗ (ୟୁପିଏସସି) ପରୀକ୍ଷା ମାଧ୍ୟମରେ ଦେଶର ଟପ୍ ପଦ ପାଇଁ ପ୍ରାର୍ଥୀ ଚୟନ କରାଯାଇଥାଏ । ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ), ସର୍ବଭାରତୀୟ ପୋଲିସ ସେବା (ଆଇପିଏସ), ସର୍ବଭାରତୀୟ ବନ ସେବା (ଆଇଏଫଏସ) ଆଦି ସମ୍ମାନଜନକ ପଦରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିଥାଏ । ଆଇଏଏସ ଓ ଆଇପିଏସ ହେଉଛି ଦେଶର ଦୁଇ ଅନ୍ୟତମ ଟପ୍ ରାଙ୍କର ପଦ । ଏହି ଦୁଇ ପଦରେ ନିଯୁକ୍ତି ପାଉଥିବା ପ୍ରାର୍ଥୀଙ୍କୁ ବିଭିନ୍ନ କ୍ଷମତା ମିଳିବା ସହିତ ସରକାରଙ୍କ ତରଫରୁ ଅନେକ ସୁବିଧା, ସୁଯୋଗ ମିଳିଥାଏ ।

ସାଧାରଣ ଭାବେ ଆଇଏଏସ ଅଧିକାରୀଙ୍କ ପାଇଁ ସେପରି କୌଣସି ଡ୍ରେସ୍ କୋଡ୍ ରହି ନଥାଏ । ମାତ୍ର ଆଇପିଏସ ଅଧିକାରୀଙ୍କ ପାଇଁ ପୋଲିସ ବିଭାଗର ସ୍ୱତନ୍ତ୍ର ପୋଷାକ ରହିଥାଏ । ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ପ୍ରାର୍ଥୀଙ୍କୁ ଟ୍ରେନିଂରେ ପଠାଇ ଦିଆଯାଇଥାଏ । ଆଇଏଏସ ଓ ଆଇପିଏସ ଅଧିକାରୀମାନେ ଗୋଟିଏ ଜିଲ୍ଲାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥାନ୍ତି । ଆଇଏଏସ ଅଧିକାରୀ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇ ଜିଲ୍ଲାର ସମ୍ପୂର୍ଣ୍ଣ ପ୍ରଶାସନିକ କାର୍ଯ୍ୟ ସମ୍ଭାଳିଥାନ୍ତି । ସେହିପରି ଆଇପିଏସ ଅଧିକାରୀ ପୋଲିସ ଅଧିକ୍ଷକ (ଏସପି) ଭାବେ ନିଯୁକ୍ତି ପାଇ ସାରା ଜିଲ୍ଲାର ସୁରକ୍ଷା ଦାୟିତ୍ୱ ସମ୍ଭାଳିଥାନ୍ତି ।

ଦୁଇଟି ପଦ ସମ୍ମାନଜନକ ହେଲେ ହେଁ ଅଧିକାଂଶ ପ୍ରାର୍ଥୀଙ୍କର ପ୍ରଥମ ପସନ୍ଦ ଆଇଏଏସ ରହିଥାଏ । ଅନେକ ପ୍ରାର୍ଥୀଙ୍କୁ ପୋଲିସ ପୋଷାକ ଆକୃଷ୍ଟ କରିବା ସହିତ ସେ ଆଇପିଏସ ହେବାକୁ ଲକ୍ଷ୍ୟ ରଖିଥାନ୍ତି । ଦୁଇଟି ଯାକ ପଦ ଅଲ ଇଣ୍ଡିଆ ସର୍ଭସ ହେଲେ ହେଁ ଦୁଇଜଣଙ୍କର କ୍ୟାଡର କଣ୍ଟ୍ରୋଲିଂ ଅଥରିଟି ଅଲଗା ଅଲଗା ହୋଇଥାଏ । ଆଇଏଏସଙ୍କ କ୍ୟାଡର କଣ୍ଟ୍ରୋଲିଂ ଅଥରିଟି କାର୍ମିକ ମନ୍ତ୍ରଣାଳୟ ହୋଇଥିବା ବେଳେ ଆଇପିଏସଙ୍କ କ୍ୟାଡର କଣ୍ଟ୍ରୋଲିଂ ଅଥରିଟି ଗୃହ ମନ୍ତ୍ରଣାଳୟ ହୋଇଥାଏ ।

ଆଇଏଏସ ଟ୍ରେନିଂରେ ଟପ୍ କରୁଥିବା ପ୍ରାର୍ଥୀଙ୍କୁ ମେଡାଲ ଓ ଆଇପିଏସ ଟ୍ରେନିଂରେ ଟପ୍ କରୁଥିବା ପ୍ରାର୍ଥୀଙ୍କୁ ସୋର୍ଡ ଅଫ୍ ଅନର ଦିଆଯାଇଥାଏ । ତୁଳନାତ୍ମକ ଭାବେ ଦେଖିଲେ ଆଇପିଏସ ଟ୍ରେନିଂ ବେଶି କଠିନ ହେବା ସହିତ ସେଥିରେ ପ୍ରାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ । ଦୁହେଁ ବିଭିନ୍ନ ପାୱାରଫୁଲ ପଦରେ ନିଯୁକ୍ତି ପାଇଥାନ୍ତି । ଜିଲ୍ଲାପାଳ ଭାବେ ଆଇଏଏସଙ୍କର ବହୁତ କ୍ଷମତା ରହିବା ସହିତ ଆଇପିଏସଙ୍କ ନିକଟରେ କେବଳ ପୋଲିସ ବିଭାଗର ଦାୟିତ୍ୱ ରହିଥାଏ । ଜିଲ୍ଲାର ମାଜିଷ୍ଟ୍ରେଟ ଭାବେ ଜଣେ ଆଇଏଏସ ଅଧିକାରୀ ପୋଲିସ ବିଭାଗ ସହିତ ଅନ୍ୟ ବିଭାଗର ମୁଖ୍ୟ ହୋଇଥାନ୍ତି ।

ଜିଲ୍ଲାର ପୋଲିସ ବ୍ୟବସ୍ଥାର ଭାର ଜିଲ୍ଲାର ମାଜିଷ୍ଟ୍ରେଟ (ଡିଏମ)ଙ୍କ ନିକଟରେ ରହିଥାଏ । ସହରେ କର୍ଫ୍ୟୁ ଲାଗିବା, ଧାରା ୧୪୪ ଲାଗିବା, ଲ’ ଆଣ୍ଡ ଅର୍ଡର ସହ ଜଡ଼ିତ ସମସ୍ତ ନିଷ୍ପତ୍ତି ମାଜିଷ୍ଟ୍ରେଟ ନେଇଥାନ୍ତି । ଏପରିକି ଭିଡ଼ ପରିସ୍ଥିତି ଉପୁଜିଲେ ଫାୟାରିଂ ନିଷ୍ପତ୍ତି ମଧ୍ୟ ଡିଏମ୍ ନେଇଥାନ୍ତି । ଆଇପିଏସ ଭିଡ଼ ସମୟରେ ଫାୟାରିଂ ନିଷ୍ପତ୍ତି ଦେଇ ପାରିନଥାନ୍ତି । ପୋଲିସ ଅଧିକାରୀଙ୍କ ଟ୍ରାନ୍ସଫର ପାଇଁ ଡିଏମଙ୍କ ଅନୁମୋଦନ ଆବଶ୍ୟକ ହୋଇଥାଏ । ଆଇଏଏସ ଅଧିକାରୀଙ୍କର ବେତନ ଆଇପିଏସ ଅଧିକାରୀଙ୍କଠାରୁ କିଛି ମାତ୍ରାରେ ଅଧିକ ରହିଥାଏ । ଏଥିସହିତ ଦୁହିଁଙ୍କୁ ସରକାରଙ୍କ ପକ୍ଷରୁ ଘର, ଗାଡ଼ି, ବିଜୁଳି, ପାଣି, ମେଡିକାଲ ଖର୍ଚ୍ଚ ଆଦି ସୁବିଧା ମିଳିଥାଏ । ଆଇଏଏସ ଅଧିକାରୀଙ୍କ ଟପ୍ ପୋଷ୍ଟ ମୁଖ୍ୟ ଶାସନ ସଚିବ ହୋଇଥିବା ବେଳେ ଆଇପିଏସ ଅଧିକାରୀଙ୍କ ଟପ୍ ପୋଷ୍ଟ ପୋଲିସ ମହାନିର୍ଦ୍ଦେଶକ ହୋଇଥାଏ । ଏହି ଅଧିକାରୀମାନେ କେନ୍ଦ୍ରୀୟ ସ୍ତରରେ ନିଯୁକ୍ତି ପରୀକ୍ଷା ମାଧ୍ୟମରେ ଚୟନ ହେବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରିଥାନ୍ତି ।

Get real time updates directly on you device, subscribe now.