fbpx

୧୨୫ ବର୍ଷ ହେଲାଣି ପାକିସ୍ତାନରେ ବନ୍ଦୀ ହୋଇ ରହିଛି ଏହି ବରଗଛ, ହେଲେ କାହିଁକି? କାରଣ ଜାଣନ୍ତୁ

ଇସଲାମବାଦ: ବିଭିନ୍ନ ଦେଶରେ ବିଭିନ୍ନ ଅଜବ ଘଟଣା ଦେଖିବାକୁ ମିଳିଥାଏ। ଏହି ଅଜବ ଘଟଣା ବିଷୟରେ ଜାଣିବାକୁ ଖୁବ ମଜା ଲାଗିଥାଏ। ବିଶେଷକରି ସମସ୍ତେ ହଜାର ହଜାର ବର୍ଷ ତଳର ଘଟଣାକୁ ଜାଣିବା ପାଇଁ ବେଶୀ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ଏଭଳି ଏକ ହଜାର ବର୍ଷର ତଳର ଘଟଣା ଆଜି ଜାଣିବା, ଯାହା ଆମ ପଡୋଶୀ ଦେଶ ପାକିସ୍ତାନରେ ଦେଖିବାକୁ ମିଳେ। ସେଠାରେ ଏକ ବରଗଛ ୧୨୫ ବର୍ଷ ହେବ ବନ୍ଦୀ ଅବସ୍ଥାରେ ରହିଛି। ବର୍ଷ ବର୍ଷ ଧରି ଏହି ବରଗଛକୁ ଲୁହା ଜଞ୍ଜିରରେ ବନ୍ଧା ଯାଇଛି। ଗଛରେ ଏକ ବୋର୍ଡରେ ଲେଖା ଯାଇଛି ‘ଆଇ ଆମ୍‌ ଅଣ୍ଡର ଆରେଷ୍ଟ’। ତେବେ ଏକ ବରଗଛକୁ ଏଭଳି କାହିଁକି ବନ୍ଦୀ କରାଯାଇ ରଖାଯାଇଛି, ଏହାର କାରଣ ଜାଣିଛନ୍ତି?

ପାକିସ୍ତାନର ଖୈବରଠାରେ ରହିଛି ଏହି ବରଗଛ। ୧୮୯୮ରେ ଇଂରେଜ ଅଫିସର ଜେମ୍ସ୍‌ ସ୍କ୍ବିଡ୍‌ ଦିନେ ରାତିରେ ନିଶାରେ ଚୁର୍‌ ହୋଇ ବଗିଚାରେ ଟହଲ ମାରୁଥିଲେ। ତାଙ୍କୁ ଲାଗିଲା ବରଗଛ ତାଙ୍କ ଆଡକୁ ଆସୁଛି। ସେ ଜୋର୍‌ରେ ଚିତ୍କାର କଲେ ଆଉ ସେହି ବରଗଛକୁ କହିଲେ ଷ୍ଟପ୍‌ ଦେୟାର। ମାତ୍ର ବରଗଛ ରହିଲାନି। ନିଶାରେ ଅଫିସର ଆରେଷ୍ଟ ଇଟ୍‌ କହି ନିର୍ଦ୍ଦେଶ ଦେଲେ। ଏହା ପରେ ସାଙ୍ଗେ ସାଙ୍ଗେ ପାଖରେ ଥିବା ସିପାହୀମାନେ ଗଛକୁ ଲୁହା ଜଞ୍ଜିରରେ ବାନ୍ଧି ତାଲା ପକାଇ ଦେଇଥିଲେ। ତା’ପର ଦିନ ସକାଳେ ଅଫିସର ନିଜ ଭୁଲ୍‌ ବୁଝିପାରିଲେ। ହେଲେ ଗଛରୁ ଲୁହା ଜଞ୍ଜିରକୁ ହଟାଇବାକୁ ସିପାହୀମାନଙ୍କୁ ମନାକଲେ। ଏହା ପରେ ସେହି ଗଛରେ ଇଂଲିଶ୍‌ରେ ଲେଖା ଥିବା ଏକ ବୋର୍ଡ ଟଙ୍ଗାଇଦେଲେ। ତେବେ ଏହା ପଛରେ ଆଉ କିଛି ସେମିତି ଖାସ କାରଣ ନାହିଁ। କିନ୍ତୁ ଏହି ବରଗଛକୁ ଦେଖିବାକୁ ପ୍ରତିଦିନ ଦେଶବିଦେଶରୁ ଅନେକ ପର୍ୟ୍ୟଟକ ଆସିଥାନ୍ତି।

 

Get real time updates directly on you device, subscribe now.