fbpx

ଦୁଇ ଆଇଏଏସଙ୍କୁ ପଦୋନ୍ନତି

ଭୁବନେଶ୍ୱର, ୩୧ା୧୨(ଓଡ଼ିଶା ଭାସ୍କର): ୨୦୧୯ର ଶେଷ ଦିନରେ ରାଜ୍ୟରେ କାର୍ଯ୍ୟରତ ଥିବା ଦୁଇ ଜଣ ଆଇଏଏସ ଅଧିକାରୀ ପଦୋନ୍ନତି ମିଳିଛି । ମୋନା ଶର୍ମା ଓ ପିକେ ଜେନାଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ଭାବେ ପଦୋନ୍ନତି ମିଳିଛି । ଦୁଇ ଆଇଏଏସଙ୍କୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର । ପିକେ ଜେନାଙ୍କୁ ଗ୍ରାମାଞ୍ଚଳ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଏସଆରସି, ଏମଡ଼ି, ଓସଡ଼ମାର ଅତିରିକ୍ତ ଦାୟିତ୍ୱ ମିଳିଛି । ମୋନା ଶର୍ମାଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଓଏଫଡ଼ିସି ଲିମିଟେଡ଼ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି ।

Get real time updates directly on you device, subscribe now.