fbpx

IPS ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୩୧ା୧୨(ଓଡ଼ିଶା ଭାସ୍କର): ୨୦୧୯ର ଶେଷ ଦିନରେ IPS ସ୍ତରରେ ଅଦଳବଦଳ ହୋଇଛି । ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ହୋଇଛି । ସନ୍ତୋଷ ହେଲେ ଜେଲ୍ ବିଭାଗ ମହାନିର୍ଦ୍ଦେଶକ । ସେହିପରି ଆର୍.ପି.କୋଚେ ହୋଇଛନ୍ତି ଅତିରିକ୍ତ ଡିଜିପି । ଅତିରିକ୍ତ ଡିଜି ପାହ୍ୟାକୁ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପଦୋନ୍ନତି କରାଯାଇଛି । ସୌମେନ୍ଦ୍ର ହୋଇଛନ୍ତି ଆଇନଶୃଙ୍ଖଳା ଅତିରିକ୍ତ ମହାନିର୍ଦ୍ଦେଶକ । ସିଆଇଡ଼ି କ୍ରାଇମ ବ୍ରାଞ୍ଚର ଅତିରିକ୍ତ ଡିଜିପି ଭାବେ ମଧ୍ୟ କାର୍ଯ୍ୟ କରିବେ । ଯତୀନ୍ଦ୍ର କୋୟଲ ହୋଇଛନ୍ତି ପୋଲିସ ମୁଖ୍ୟାଳୟର ପ୍ରୋଭିଜନିଂ ମହାନିରୀକ୍ଷକ । ଆଇପିଏସ ଅନୁପ ସାହୁଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି କରାଯାଇଛି । ଅନୁପ ସାହୁ ହୋଇଛନ୍ତି କମିସନରେଟର ଅତିରିକ୍ତ ପୋଲିସ କମିସନର । ଭୁବନେଶ୍ୱର ଡିସିପି ଭାବେ ମଧ୍ୟ ସେ କାର୍ଯ୍ୟ ତୁଲାଇବେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.