fbpx

ଭାରତୀୟ ଅର୍ଥନୀତିକୁ ସୁଧାରିବାକୁ କେନ୍ଦ୍ରର ବଡ଼ ଘୋଷଣା

ନୂଆଦିଲ୍ଲୀ, ୩୧ା୧୨(ଓଡ଼ିଶା ଭାସ୍କର): ଭାରତୀୟ ଅର୍ଥନୀତିକୁ ସୁଧାରିବାକୁ କେନ୍ଦ୍ର ଏକ ବଡ଼ ଘୋଷଣା କରିଛି । ୫ବର୍ଷରେ ପ୍ରାୟ ୧୦୨ଲକ୍ଷ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସଡ଼କ କ୍ଷେତ୍ର ପାଇଁ ପ୍ରାୟ ୨୦ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ରେଳ ପ୍ରକଳ୍ପ ପାଇଁ ୧୪ଲକ୍ଷ କୋଟି, ବିମାନ ଚଳାଚଳ କ୍ଷେତ୍ର ପାଇଁ ୨.୫ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହାସହ ଗ୍ରାମୀଣ ବିକାଶ, କୃଷି, ଜଳସେଚନ ପାଇଁ ୧୬ଲକ୍ଷ କୋଟି ବ୍ୟୟବରାଦ ହୋଇଛି । ୧୦୨ଲକ୍ଷ କୋଟିରୁ ଘରୋଇ କ୍ଷେତ୍ରର ୨୨ପ୍ରତିଶତ ଯୋଗଦାନ ରହିବ । ଭାରତ ୨୦୨୫ ସୁଦ୍ଧା ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.