fbpx
BJD SKY
BJD SKY

IB Recruitment 2024: ୧୫୭ ଅଫିସର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

BJD

ଓଡ଼ିଶା ଭାସ୍କର: ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଇଣ୍ଟେଲିଜେନ୍ସ ବୁ୍ୟରୋ(Intelligence Bureau)ରେ ଅନେକ ପଦବୀ ପାଇଁ ଚାକିରି ବାହାରିଛି । ଡେପୁଟି ଡାଇରେକ୍ଟର, ଡେପୁଟି ଡାଇରେକ୍ଟର(technical), ଅତିରିକ୍ତ ଡେପୁଟି ଡାଇରେକ୍ଟର(କ୍ରିପ୍ଟୋ), ଯୁଗ୍ମ ଡେପୁଟି ଡାଇରେକ୍ଟର(XE), ଡେପୁଟି ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଅଫିସର(XE) ଏବଂ ସିନିୟର ରିସର୍ଚ୍ଚ ଅଫିସର ପାଇଁ ପଦ ଖାଲି ଅଛି । ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ଇଣ୍ଟେଲିଜେନ୍ସ ବୁ୍ୟରୋ ରିକ୍ରୁଇଟମେଣ୍ଟ ୨୦୨୪ର ମୋଟ୍ ୧୫୭ ପଦବୀ ପାଇଁ ନୋଟିଫିକେସନ ପ୍ରକାଶ ପାଇଛି । ଏଥିରେ କେବଳ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଚୟନ କରାଯାଇଥିବା ପ୍ରାର୍ଥୀଙ୍କୁ ଦରମା ବ୍ୟତୀତ ଅନ୍ୟାନ୍ୟ ସୁବିଧା(incentives) ମଧ୍ୟ ମିଳିବ । ସେମାନଙ୍କୁ ଲେଭଲ ୧୦ରୁ ଲେଭଲ ୧୩-ଏ ପର୍ଯ୍ୟନ୍ତ ମାସିକ ଦରମା ମିଳିବ । ଏହା ବ୍ୟତୀତ ମୂଳ ଦରମା ଉପରେ ୨୦%ର ସ୍ପେସାଲ ସିକୁ୍ୟରିଟି ଆଲାଉନ୍ସ । ୟୁନିଫର୍ମ ଭତ୍ତା ବାବଦକୁ ୧୦ ହଜାର ଟଙ୍କା ବାର୍ଷିକ ପ୍ରଦାନ କରାଯିବ । ପ୍ରତି ୪ ବର୍ଷରେ ଥରେ ହୋମ୍ ଟାଉନ୍ ଏବଂ ଅଲ୍ ଇଣ୍ଡିଆ ଏଲଟିସି ପ୍ୟାକେଜ(with dependent family members) ସହ ୧୦ ଦିନର leave encashment(basic pay+ DA) । ସନ୍ତାନ ହଷ୍ଟେଲରେ ରହୁଥିଲେ ଶିକ୍ଷା ଭତ୍ତା ବାବଦକୁ ବାର୍ଷିକ ୨୭ ହଜାର ଟଙ୍କା ଏବଂ ହଷ୍ଟେଲ ସବସିଡି ବାବଦକୁ ୮୧ ହଜାର ଟଙ୍କା ଉପଲବ୍ଧ ହେବ । ଦୁର୍ଗମ ଅଂଚଳରେ ପୋଷ୍ଟିଂ ହେଲେ ଅତିରିକ୍ତ ଭତ୍ତା ଯେପରି ନିୟମିତ ଭତ୍ତା ପାଇଁ ଅତିରିକ୍ତ ରିସ୍କ ଆଲାଉନ୍ସ, ଦ୍ୱୀପ ଭତ୍ତା, ସ୍ପେସାଲ ଡ଼ୁ୍ୟଟି ଆଲାଉନ୍ସ ଇତ୍ୟାଦି ସୁବିଧା ରହିଛି । ଏହା ସହ ମେଧାବୀ ପିଲାଙ୍କ ପାଇଁ ଛାତ୍ରବୃତ୍ତି ସୁବିଧା ମଧ୍ୟ ରହିଛି । ତେବେ ଇଚ୍ଛୁକ ପ୍ରାର୍ଥୀମାନେ ଡେଡ଼ଲାଇନ୍ ପୂର୍ବରୁ ଆବେଦନ କରିବାକୁ ଅନୁରୋଧ ।

Get real time updates directly on you device, subscribe now.