fbpx
BSKY
BJD YOUTH SKY
BJD MS SKY

‘ଶାମୀଙ୍କ ସ୍ୱିଙ୍ଗ’କୁ ଭୁଲିଗଲା ICC: ଗୋଟିଏ ମ୍ୟାଚରେ ବାଜି ମାରିନେଲେ ଟ୍ରାଭିସ ହେଡ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ଭାରତକୁ ପରାସ୍ତ କରି ଚମ୍ପିଆନର ମୁକୁଟ ପିନ୍ଧିଛି ଅଷ୍ଟ୍ରେଲିଆ । ଟ୍ରାଭିସ ହେଡଙ୍କ ଶତକ ବଳରେ ଏହି ମ୍ୟାଚରେ ଭାରତକୁ ଚକମା ଦେବାରେ ସଫଳ ହୋଇଛି କମିନ୍ସ ସେନା । ୬ ୱିକେଟରେ ଫାଇନାଲ ମ୍ୟାଚରେ ବିଜୟୀ ହୋଇ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ୱବିଜୟୀର ମାନ୍ୟତା ପାଇଛି । ତେବେ ଏହି ମ୍ୟାଚକୁ ୩ ସପ୍ତାହ ବିତି ଯାଇଥିଲେ ବି ସେହି ଦୁଃଖକୁ ଭୁଲି ପାରି ନାହାନ୍ତି ଭାରତୀୟ ଦଳର କ୍ରିକେଟର । ଏହାପରେ ଆଇସିସି ବୋଝ ଉପରେ ଲଳିତା ବିଡ଼ା ଭଳି ଆଉ ଏକ ନିଷ୍ପତ୍ତି ନେଇଛି । ଯାହା ଭାରତୀୟ ଦଳ ଏବଂ ସମସ୍ତ କ୍ରିକେଟର, ବିଶେଷ କରି ଷ୍ଟାର ବୋଲର ମହମ୍ମଦ ଶାମୀଙ୍କୁ ଝଟକା ଲାଗିଛି ।

ମାତ୍ର ୭ଟି ମ୍ୟାଚ ଖେଳି ଟୁର୍ଣ୍ଣାମେଣ୍ଟରେ ୨୪ଟି ୱିକେଟ ହାସଲ କରିଛନ୍ତି ଭାରତର ସ୍ୱିଙ୍ଗିଙ୍ଗ ଷ୍ଟାର ମହମ୍ମଦ ଶାମୀ । ୭ଟି ମ୍ୟାଚରୁ ୩ଟି ମ୍ୟାଚରେ ସେ ୫ରୁ ଅଧିକ ୱିକେଟ ଅକ୍ତିଆର କରିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ୭ଟି ୱିକେଟ ନେଇ ଭାରତକୁ ପାଇନାଲ ଟିକେଟ ଦେଇଥିଲେ ଶାମୀ । କିନ୍ତୁ ଆଇସିସି ଶାମୀଙ୍କ ଏହି ପ୍ରଦର୍ଶନକୁ ଭୁଲି ଯାଇଛି । କାରଣ ଆଇସସି ନିଜରର ନଭେମ୍ବର ‘Player Of The Month’ ଘୋଷଣା କରିଛି । ଶାମୀଙ୍କ ୨୪ ୱିକେଟକୁ ଭୁଲି ଅଷ୍ଟ୍ରେଲିଆର ଟ୍ରାଭିସ ହେଡଙ୍କୁ ଏହି ଆୱାର୍ଡ ପ୍ରଦାନ କରିଛି ଆଇସିସି । ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଶାମୀ ଦମଦାର ପ୍ରଦର୍ଶନ କରିଥିବା ଟ୍ରାଭିସ ମାତ୍ର ୨ଟି ମ୍ୟାଚରେ ଶତକ ହାସଲ କରିଛନ୍ତି । ଏହାପରେ ମଧ୍ୟ ଆଇସିସି ଶାମୀଙ୍କ ପରିବର୍ତ୍ତେ ଟ୍ରାଭିସଙ୍କୁ ଏହି ପୁରସ୍କାର ପ୍ରଦାନ କରିଛି ।

କେବଳ ଶାମୀ ନୁହେଁ, ଟ୍ରାଭିସଙ୍କ ସାଥୀ ଖେଳାଳି ମାକ୍ସୱେଲ ମଧ୍ୟ ଏହି ଦୌଡ଼ରେ ପଛରେ ପଡ଼ି ଯାଇଛନ୍ତି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ମାକ୍ସୱେଲଙ୍କ ବିସ୍ପୋରକ ଦ୍ୱିଶତକ ଇନିଂସକୁ ମଧ୍ୟ ଭୁଲି ଯାଇଛି ଆଇସିସି । ଦଳ ୯୧ ରନରେ ୭ଟି ୱିକେଟ ହରାଇଥିବା ବେଳେ ଆହତ ଅବସ୍ଥାରେ ଧୂଆଁଦାର ଦ୍ୱିଶତକ ଅର୍ଜନ କରି ଦଳକୁ ସେମି ଫାଇନାଲର ରାସ୍ତା ଦେଖାଇଥିଲେ ମାକ୍ସୱେଲ । ଏହାବ୍ୟତୀତ ବିଶ୍ୱକପ-୨୦୨୩ରେ ତାଙ୍କର ମୋଟ ୨ଟି ଶତକ ରହିଛି । କିନ୍ତୁ ବିଶ୍ୱକପର ଏହି ଦୁଇ ସୁପରଷ୍ଟାରଙ୍କୁ ଭୁଲି ଆଇସିସି ଗୋଟିଏ ଦିନର ହିରୋ ସାଜିଥିବା ଟ୍ରାଭିସ ହେଡଙ୍କୁ ଦେଇଛି Player Of The Month ଆୱାର୍ଡ ।

ଅଷ୍ଟ୍ରେଲିଆ ବିଶ୍ୱକପ ଫାଇନାଲ ମ୍ୟାଚରେ ୧୨୦ ବଲରୁ ୧୩୭ ରନ୍ ହାସଲ କରିଥିଲେ ଦଳର ଷ୍ଟାର ଓପନର ଟ୍ରାଭିସ ହେଡ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ୨ଟି ଶତକ ବ୍ୟତୀତ ଅନ୍ୟ ମ୍ୟାଚ ଗୁଡ଼ିକରେ ତାଙ୍କ ପ୍ରଦର୍ଶନ ସେତେଟା ଭଲ ନଥିଲା । କିନ୍ତୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୦୯ରନ୍ ଏବଂ ଭାରତ ବିପକ୍ଷ ଫାଇନାଲ ମ୍ୟାଚରେ ତାଙ୍କର ଐତିହାସିକ ଶତକ(୧୩୭) ଅଷ୍ଟ୍ରେଲିଆକୁ ବିଶ୍ୱବିଜେତା କରିବାରେ ମୁଖ୍ୟ ଭୂମିକା ନେଇଛି । ତେଣୁ ଟ୍ରାଭିସଙ୍କୁ ଆଇସିସି ତରଫରୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.