fbpx
BJD
BJD SKY
BJD SKY

ନରେନ୍ଦ୍ର ସିଂ ତୋମାର ହେଲେ ମଧ୍ୟପ୍ରଦେଶର ନୂଆ ବାଚସ୍ପତି

BJD

ଭୋପାଳ: ଛତିଶଗଡ଼ ପରି ମଧ୍ୟପ୍ରଦେଶରେ ବି ବିଜେପି ଖେଳିଛି ସସ୍ପେନ୍ସ କାର୍ଡ। ଚର୍ଚ୍ଚିତ ଚେହେରାଙ୍କୁ ବାଦ ଦେଇ ଅଭିଜ୍ଞ ତଥା ଅନୁଭବୀ ନେତାଙ୍କୁ ସରକାର ଗଠନରେ ସାମିଲ କରିଛି ବିଜେପି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ମଧ୍ୟପ୍ରଦେଶର ନୂଆ ବାଚସ୍ପତି ଭାବେ ଦାୟିତ୍ୱ ଦେଇଛନ୍ତି ଦଳର ହାଇକମାଣ୍ଡ। ନିକଟରେ କେନ୍ଦ୍ରମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିବା ନରେନ୍ଦ୍ର ସିଂ ତୋମାର ଏବେ ବାଚସ୍ପତି ଆସନ ଗ୍ରହଣ କରିବାକୁ ଯାଉଛନ୍ତି। ଅନ୍ୟପଟେ ଭାରତୀୟ ଜନତା ପାର୍ଟି ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି। ଏହା ସହ ଛତିଶଗଡ଼ ଭଳି ଏଠାରେ ବି ଦୁଇ ଜଣଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିବା ଲାଗି ନିଷ୍ପତି ନେଇଛି ଦଳ। ରାଜେଶ ଶୁକ୍ଲା ଏବଂ ଜଗଦୀଶ ଦେଓରା ଉପ-ମୁଖ୍ୟମନ୍ତ୍ରୀ ରହିବେ ବୋଲି ଘୋଷଣା କରାଯାଇଛି।

ସୂଚନା ଥାଉକି, ନଭେମ୍ବର ୧୭ ରେ ଅନୁଷ୍ଠିତ ନିର୍ବାଚନରେ ​​୨୩୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୧୬୩ ଟି ଆସନ ଜିତି ବିଜେପି ମଧ୍ୟପ୍ରଦେଶରେ କ୍ଷମତା ବଜାୟ ରଖିଛି। ଅନ୍ୟପଟେ କଂଗ୍ରେସ ୬୬ ଟି ସିଟ୍ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଦୁଇ ଦଶନ୍ଧି ମଧ୍ୟରେ ପଞ୍ଚମ ଥର ପାଇଁ ମଧ୍ୟପ୍ରଦେଶରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ଏହାପୂର୍ବରୁ ୨୦୦୩, ୨୦୦୮, ୨୦୧୩ ଏବଂ ୨୦୨୦ ରେ ବିଜେପି ଏଠାରେ କ୍ଷମତାକୁ ଆସିଥିଲା।

 

 

Get real time updates directly on you device, subscribe now.