fbpx

ମୋହନଙ୍କ କାନ୍ଧରେ ମଧ୍ୟପ୍ରଦେଶର ଭାର, କ’ଣ ହେବ ଶିବରାଜଙ୍କର

Advertisement

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ । ଏବେ ସେ ଦକ୍ଷିଣ ଉଜ୍ଜୈନରୁ ବିଧାୟକ ଅଛନ୍ତି । ଗତ ସପ୍ତାହରେ ମଧ୍ୟପ୍ରଦେଶରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ବମ୍ପର ବିଜୟ ହାସଲ କରିଥିଲା । ସେବେଠାରୁ ଚର୍ଚ୍ଚା ହେଉଥିଲା କି ବିଜେପି କୌଣସି ନୂଆ ଚେହେରାକୁ ମୁଖ୍ୟମନ୍ତ୍ରୀ ପଦରେ ଆସୀନ କରିପାରେ । ଅନୁମାନ ଅନୁଯାୟୀ ବିଜେପି ରାଜ୍ୟରେ ନୂଆ ଚେହେରାକୁ ଏହି ଆସନରେ ବସାଇଛି ।

ମୋହନ ଯାଦବ ଏବେ ରାଜ୍ୟର ଦକ୍ଷିଣ ଉଜ୍ଜୈନରୁ ବିଧାୟକ ଅଛନ୍ତି । ସେ ୩ ଥର(୨୦୧୩, ୧୮ ଓ ୨୩) ଏହି ଆସନରୁ ବିଧାୟକ ନିର୍ବାଚିତ ହୋଇଛନ୍ତି । ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ନାମ ନିଜେ ରାଜ୍ୟର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପ୍ରସ୍ତାବିତ କରିଥିଲେ । ପ୍ରଥମରୁ ଏହା ଖବର ମିଳିଥିଲା କି ଦଳ ଏଥର ଶିବରାଜଙ୍କ ବଦଳରେ ଆଉ କାହାକୁ ଏହି ଆସନରେ ବସାଇବ । ନିଜେ ଶିବରାଜ ବି କହିଛନ୍ତି ପାର୍ଟି ତାଙ୍କୁ ଯେଉଁ ଦାୟିତ୍ୱ ଦେବ ସେ ତାକୁ ନିର୍ବାହ କରିବେ ।

କୁହାଯାଉଛି ଶିବରାଜଙ୍କୁ ଖୁବ୍ ଶୀଘ୍ର କେନ୍ଦ୍ର ରାଜନୀତିରେ ଅଂଶଗ୍ରହଣ ପାଇଁ ଡାକରା ଆସିବ । ମୋହନ ଯାଦବ ଶିବରାଜ ସିଂ ଚୈହାନ ସରକାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ । ୨୦୧୩ରେ ସେ ପ୍ରଥମେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ଏଭିପି ଓ ସଂଘ ସହ ମଧ୍ୟ ମୋହନ ଯାଦବଙ୍କ ସଂଶ୍ଲିଷ୍ଟି ଭଲ ରହିଛି ।

Get real time updates directly on you device, subscribe now.