fbpx
BSKY
BJD YOUTH SKY
BJD MS SKY

ଶସ୍ତା ହେବାକୁ ଯାଉଛି ପେଟ୍ରୋଲ-ଡିଜେଲ ମୂଲ୍ୟ, ସରକାର ଆରମ୍ଭ କଲେ ପ୍ରସ୍ତୁତି!

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଦୀର୍ଘ ୨୦ ମାସ ହେବ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ବର୍ତ୍ତମାନ ଯେଉଁ ରିପୋର୍ଟ ଆସି ପହଁଚିଛି ସେଥିରୁ ଲାଗୁଛି ଯେ ତୈଳ ଦର ଖୁବ ଶିଘ୍ର କମିବ । ଇଟି ନାଓର ରିପୋର୍ଟ ଅନୁଯାୟୀ, ସରକାର ୨୦୨୪ର ଲୋକସଭା ନିର୍ବାଚନ ପୂର୍ବରୁ ବିଶ୍ୱସ୍ତରୀୟ ଅଶୋଧିତ ତୈଳ ମୂଲ୍ୟକୁ ଗ୍ରାହକମାନଙ୍କ ପାଇଁ କମ କରିବା ନେଇ ଆଲୋଚନା କରିଛନ୍ତି । ୨୦୨୨ରେ ପେଟ୍ରୋଲ ଉପରେ ଲିଟର ପିଛା ୧୭ ଟଙ୍କା ଏବଂ ଡିଜେଲ ଉପରେ ୩୫ ଟଙ୍କା କ୍ଷତି ସତ୍ତ୍ୱେ ଏବେ ଓଏମସି ପେଟ୍ରୋଲ ଉପରେ ଲିଟର ପିଛା ୮ ରୁ ୧୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୩ ରୁ ୪ ଟଙ୍କା ପ୍ରଫିଟ କରୁଛନ୍ତି । ରିପୋର୍ଟ ମୁତାବକ ତୈଳ ମନ୍ତ୍ରଣାଳୟ ପୂର୍ବରୁ ଓଏମସି ସହିତ ଅଶୋଧିତ ତୈଳ ଏବଂ ରିଟେଲ ପ୍ରାଇସକୁ ନେଇ ଚର୍ଚ୍ଚା ଆରମ୍ଭ କରିସାରିଛନ୍ତି ।

ରିପୋର୍ଟରେ ଆଗକୁ କୁହାଯାଇଛି ଯେ, ଅଏଲ ମାର୍କେଟିଙ୍ଗ କମ୍ପାନୀମାନେ ଏବେ ଲାଭ କରୁଛନ୍ତି । ସେଥିପାଇଁ ସରକାର ଲୋକମାନଙ୍କୁ କିଛିଟା ଆଶ୍ୱସ୍ତି ଦେବା ପାଇଁ ଏହି ମାମଲା ଉପରେ ଚର୍ଚ୍ଚା ଆରମ୍ଭ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟ ଏବଂ ତୈଳ ମନ୍ତ୍ରଣାଳୟ ବର୍ତ୍ତମାନର ଅଶୋଧିତ ତୈଳ ଦର ଉପରେ ବିଚାର କରୁଛନ୍ତି । ରିପୋର୍ଟରେ କୁହାଯାଉଛି ଯେ, ଓଏମସି ପ୍ରୋଫିଟେବିଲିଟୀ ବ୍ୟତୀତ ଗ୍ଲୋବାଲ ଫ୍ୟାକ୍ଟର୍ସ ଉପରେ ମଧ୍ୟ ଚର୍ଚ୍ଚା କରାଯାଉଛି।

ଗତ ତିନି ମାସରେ ଥିବା ଲାଭ କାରଣରୁ ଓଏମସିର ସମୁଦାୟ କ୍ଷତି କମ ହୋଇଛି । ରିପୋର୍ଟରେ ଆଗକୁ କୁହାଯାଇଛି ଯେ, ତିନୋଟି ଓଏମସି- ଆଇଓସି, ଏସପିସିଏଲ ଏବଂ ବିପିସିଏଲର ଜଏଣ୍ଟ ପ୍ରଫିଟ ଗତ ତିନି ମାସରେ ୨୮,୦୦୦ ହଜାର କୋଟି ଟଙ୍କାରେ ପହଁଚିଥିଲା । ଯେହେତୁ ଓଏମସି ଗୁଡ଼ିକର ପୁନରୁଦ୍ଧାର ସମାପ୍ତ ହୋଇଛି, ସରକାର ଚିନ୍ତା କରୁଛନ୍ତି ଯେ, ଗ୍ରାହକମାନେ ମଧ୍ୟ ଏହାର ଲାଭ ପାଇବା ଉଚିତ୍ । ଏହି ସପ୍ତାହର ଆରମ୍ଭରେ, ଚାହିଦା ହ୍ରାସ ଏବଂ ଓପିଆଇସି+ ଯୋଗାଣ ହ୍ରାସ ଉପରେ ଅନିଶ୍ଚିତତା ମଧ୍ୟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇଛି ।

Get real time updates directly on you device, subscribe now.