fbpx

ଆସିଲା ଭାରତୀୟ ରେଲୱେର ସ୍ୱତନ୍ତ୍ର ପ୍ୟାକେଜ୍‌, ମାତ୍ର ୧୩୦୦ଟଙ୍କାରେ ବୁଲିଯାଆନ୍ତୁ ସିରିଡି

ନୂଆଦିଲ୍ଲୀ: ଶୀତଦିନେ ଧାର୍ମିକ ସ୍ଥଳ ବୁଲିଯିବାକୁ ଇଚ୍ଛା ରଖିଥିବା ଲୋକଙ୍କ ପାଇଁ ଆସିଲା ଖୁସି ଖବର । ଭାରତୀୟ ରେଲୱେ କାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ବହୁତ ଶସ୍ତା ପ୍ୟାକେଜ୍ ଲଞ୍ଚ କରିଛନ୍ତି ଯାହାକୁ ଜଣେ ସାଧାରଣ ଲୋକ ଆରାମରେ ବୁକିଂ କରିପାରିବ । ମହାରାଷ୍ଟ୍ରର ଧାର୍ମିିକ ସ୍ଥଳ ବୁଲିବାର ଏହା ଏକ ସୁନ୍ଦର ସୁଯୋଗ । ଏଥିପାଇଁ ବୁକିଂ ଆରମ୍ଭ ହୋଇଗଲାଣି ।

ଆଇଆରସିଟିସି ମହାରାଷ୍ଟ୍ରର ସିରିଡି, ତ୍ରୈମ୍ବକେଶ୍ୱର ଓ ନାସିକ ବୁଲିବା ପାଇଁ ପ୍ୟାକେଜ୍ ଲଞ୍ଚ କରିଛନ୍ତି । ୫୨୩୦ ଟଙ୍କାରେ ଏହା ୪ ଦିନ ଓ ୩ ରାତିର ଏକ ପ୍ୟାକେଜ୍ । ଏହି ହିସାବରେ ଦୈନିକ ଆପଣଙ୍କୁ ମାତ୍ର ୧୩୦୭ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ପ୍ୟାକେଜ୍ ବେଙ୍ଗାଲୁର ଠାରୁ ଆରମ୍ଭ କରି ସିରିଡି ପର୍ଯ୍ୟନ୍ତ ରହିଛି । ଏଥିଲାଗି ଦିନିକିଆ ବୁକିଂ କରାଯାଇପାରିବ । ୧୬ ଡିସେମ୍ବର ଲାଗି ବୁକିଂ ଆରମ୍ଭ ହୋଇଯାଇଛି ।

ଏହି ପ୍ୟାକେଜ୍‌ରେ ରହିବା, ଖାଇବା, ଟ୍ରେନ୍ ଯାତ୍ରା, ଧାର୍ମିକ ସ୍ଥଳରେ ପହଞ୍ଚିବା ଲାଗି ଲୋକାଲ୍ ଟ୍ରାନ୍ସପୋର୍ଟ ଓ ଇନସ୍ୟୁରାନ୍ସ ବି ସାମିଲ ଅଛି । ଲୋକମାନେ ବେଙ୍ଗାଲୁରରୁ ଯାତ୍ରା ଆରମ୍ଭ କରିପାରିବେ । ଏଥିରେ ସ୍ଲିପର ଓ ଏସି ଉଭୟରେ ଯାତ୍ରା କରିପାରିବେ । ଏସିରେ ଯାତ୍ରା କରିବା ପାଇଁ ୭୬୯୦ଟଙ୍କାର ପ୍ୟାକେଜ୍ ରହିଛି । ଏଥିରେ ହୋଟେଲରେ ୩ ଜଣ ଲୋକ ଗୋଟିଏ ରୁମ୍‌ରେ ରହିପାରିବେ । ସେହିପରି ଯଦି ୨ ଜଣ ଲୋକ ରହିବାକୁ ଚାହୁଁଛନ୍ତି ତେବେ ୮୦୯୦ ଓ ଏକାକୀ ରହିବାକୁ ଚାହୁଁଥିଲେ ୧୦୩୫୦ଟଙ୍କା ଦେବାକୁ ପଡିବ । ସେହିପରି ସ୍ଲିପର କ୍ଲାସରେ ଯାତ୍ରା କଲେ ହୋଟେଲରେ ଏକାକୀ ରହିବା ଲାଗି ୭,୮୯୦ ଓ ଦୁଇ ଜଣ ରହିବା ଲାଗି ୫,୬୩୦ ଓ ୩ ଜଣ ଏକାଠି ରହିଲେ ୫୨୩୦ଟଙ୍କା ଦେବାକୁ ହେବ ।

Get real time updates directly on you device, subscribe now.