fbpx
BJD SKY
BJD SKY

ଦିନିକିଆ ବିଶ୍ୱକପ ପାଇଁ ଆଇସିସିର ବଡ ପଦକ୍ଷେପ: ଭାରତକୁ ଆସିବା ପାଇଁ ବାଧ୍ୟ ହେବ ପାକିସ୍ତାନ

BJD

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍-୨୦୨୩ । କିନ୍ତୁ ଏହି ବଡ ଟୁର୍ଣ୍ଣାମେଣ୍ଟରେ ଭାରତର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନର ଭାରତ ଆସିବା ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ତେବେ ଏହି ଘଟଣାରେ ବର୍ତ୍ତମାନ ଏକ ନୂଆ ଅପଡେଟ ସାମନାକୁ ଆସିଛି । ଏହି ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ନିଜ ପାଇଁ ହାଇବ୍ରିଡ ମଡେଲ ପ୍ରସ୍ତୁତ କରିବା ଉପରେ ଜୋର ଦେଇପାରେ । ତେବେ ଏଥିପାଇଁ ଲାହୋରରେ ପହଞ୍ଚିଛନ୍ତି ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲର ଅଧ୍ୟକ୍ଷ ଏବଂ ସିଇଓ ।

ପାକିସ୍ତାନ କ୍ରିକେଟ ବୋର୍ଡ ବିଶ୍ୱକପ ପାଇଁ ହାଇବ୍ରିଡ ମଡେଲକୁ ନେଇ ଜିଦି ନ କରୁ ଏବଂ ଏହାର ଏକ ସମାଧାନ ପାଇଁ ଲାହୋର ଆସିଛନ୍ତି ଅଧ୍ୟକ୍ଷ ଗ୍ରେଗ ବାର୍କଲେ ଏବଂ ସିଇଓ ଜ୍ୟୋଫ ଏଲାର୍ଡିସ । ପାକିସ୍ତାନକୁ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ନେଇ ସୁନିଶ୍ଚିତ କରିବାକୁ ଦୁହେଁ ଚେଷ୍ଟା ଜାରି ରଖିଛନ୍ତି । ତେବେ ପାକିସ୍ତାନର କ୍ରିକେଟ ବୋର୍ଡ ଅଧ୍ୟକ୍ଷ ନଜମ ସେଠୀ ସ୍ପଷ୍ଟ କହିଛନ୍ତି ଯେ, ଯଦି ଭାରତ ଏସିଆ କପ୍ ଖେଳିବା ପାଇଁ ପାକିସ୍ତାନ ନଆସେ, ତେବେ ପାକିସ୍ତାନ ମଧ୍ୟ ବିଶ୍ୱକପ ଖେଳିବା ପାଇଁ ଭାର ଗସ୍ତରେ ଯିବନାହିଁ । ଏହାପରେ ଆଇସିସି କ୍ରିକେଟର ୨ ଅଧିକାରୀ ପାକିସ୍ତାନକୁ ଆସି ସମାଦାନର ସୂତ୍ର ଖୋଜୁଛନ୍ତି ।

ତେବେ ନଜମ ସେଠୀଙ୍କ ଏହି ହାଇବ୍ରଡ ମଡେଲକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି ଆଇସିସି ଏବଂ ବିସିସିଆଇ । ଏହି ପ୍ରସ୍ତାବ ଏସିଆ କପ୍ ପାଇଁ ଦେଇଥିଲେ ମଧ୍ୟ ଏହାକୁ ନେଇ ଭୟ ଦେଖା ଦେଇଛି । କାରଣ ଏସିଆ କପରେ ଏହି ନିୟମ ଲାଗୁ ହେଲେ ବିଶ୍ୱକପରେ ମଧ୍ୟ ହାଇବ୍ରିଡ ମଡେଲ ନିୟମକୁ ଲାଗୁ କରିବା ପାଇଁ ପିସିବି ଜିଦ ଧରିପାରେ ପାକିସ୍ତାନ କ୍ରିକେଟ ବୋର୍ଡ । ଏ ନେଇ ଅଧ୍ୟକ୍ଷ ନଜମ ସେଠୀ ପୂର୍ବରୁ ସଂକେତ ଦେଇ ସାରିଛନ୍ତି । ଏହି କାରଣ ଯୋଗୁଁ ବିସିସିଆଇ ସଚିବ ଜୟ ଶାହ ଏସିଆ କପ୍ ପାଇଁ ପାକିସ୍ତାନର ହାଇବ୍ରିଡ ମଡେଲକୁ ଗ୍ରହଣ କରୁନଥିବା ସୂଚନା ମିଳିଛି ।

Get real time updates directly on you device, subscribe now.