fbpx

ଶରୀରରେ ଦେଖାଯାଉଥିବା ଏହି ୧୦ ଟି ଲକ୍ଷଣ, ହୋଇପାରେ ବଡ ରୋଗର କାରଣ !

ନୂଆଦିଲ୍ଲୀ: ଶରୀରରେ ରୋଗ ହେବା ପୂର୍ବରୁ ଲକ୍ଷଣ ଦେଖାଯାଇଥାଏ । କିନ୍ତୁ ଲୋକମାନେ ଏହାକୁ ଦେଖି ମଧ୍ୟ ଅଣଦେଖା କରନ୍ତି । ଯାହା ପରବର୍ତ୍ତୀ ସମୟରେ ଏକ ବଡ ରୋଗରେ ପରିଣତ ହୁଏ । ଯଦି ଆପଣ ଠିକ୍ ସମୟରେ ରୋଗର ଲକ୍ଷଣ ଚିହ୍ନି ତାହାର ଉପଯୁକ୍ତ ଚିକିତ୍ସା କରାନ୍ତି ତେବେ ଏକ ବଡ ରୋଗରେ ଆକ୍ରାନ୍ତ ହେବାରୁ ବର୍ତ୍ତି ଯାଇପାରିବେ । ତେବେ ଆସନ୍ତୁ ଜାଣିବା ସେହି ଲକ୍ଷଣ ଗୁଡିକ କ’ଣ ..

୧. ପରିସ୍ରାର ରଙ୍ଗ – ତୁମେ କେବେ ପରିସ୍ରାର ରଙ୍ଗ ଲକ୍ଷ୍ୟ କରିଛ କି? ପରିସ୍ରାର ରଙ୍ଗ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଥାଏ । ଡାକ୍ତରମାନେ କହିଛନ୍ତି ଯେ ପରିସ୍ରାର ରଙ୍ଗ ସାଧାରଣତଃ ହାଲୁକା ହଳଦିଆ ହେବା ଉଚିତ୍। ଯଦି ଏହା ଅତ୍ୟଧିକ ହଳଦିଆ ରଙ୍ଗ ଏବଂ କଡା ଦୁର୍ଗନ୍ଧଯୁକ୍ତ ହୋଇଥିବ ତେବେ ଏହା ଚିନ୍ତାର ବିଷୟ ହୋଇପାରେ ।

୨. ଖରାପ ନଖ- ଖରାପ ନଖ ଯେମିତି ହଳଦିଆ ବା ଫଟା ଭଙ୍ଗା ନଖ ଅସୁସ୍ଥତାର ସଙ୍କେତ ଦେଇଥାଏ । ହାତ କିମ୍ବା ପାଦର ନଖର ରଙ୍ଗ ପରିବର୍ତ୍ତନ ସୂଚାଇଥାଏ ଯେ ଆପଣ ଅସୁସ୍ଥ ଅଛନ୍ତି ।

୩. ଉଚ୍ଚତା କମ୍- ଆପଣ ନିଶ୍ଚିତ ଭାବରେ ଲୋକଙ୍କ ଉଚ୍ଚତା ବୃଦ୍ଧି ବିଷୟରେ ଶୁଣିଥିବେ, କିନ୍ତୁ ଉଚ୍ଚତା ହ୍ରାସ ବିଷୟରେ କେବେ ଶୁଣିଛନ୍ତି କି । ଉଚ୍ଚତା ବୃଦ୍ଧି ନ ହେବା ବାସ୍ତବରେ ଏକ ଚିନ୍ତାର ବିଷୟ । ଏହି ସମସ୍ୟା ହାଡ ସହ ଜଡିତ ଥାଏ । କାରଣ ପ୍ରୋଟିନ୍ ଏବଂ କ୍ୟାଲସିୟମ୍ କମ୍ ହେଲେ ଉଚ୍ଚତା ବୃଦ୍ଧି ହୁଏ ନାହିଁ । ତେଣୁ ବେଳ ହୁଁ ସତର୍କ ହେବା ଉଚିତ୍ ।

୪. ଅତ୍ୟଧିକ ଚର୍ବି – ଏକ ସୁସ୍ଥ ଶରୀର ପାଇଁ ଶରୀରରେ ଚର୍ବି ସନ୍ତୁଳିତ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶରୀରର ଚର୍ବି ପରିମାଣ ବୃଦ୍ଧି ଅର୍ଥ ହେଉଛି ପତଳା ଟିସୁ ଅପେକ୍ଷା ଆପଣଙ୍କ ଶରୀରରେ ଅଧିକ ଫ୍ୟାଟ୍ ଟିସୁ ସୃଷ୍ଟି ହେଉଛି, ଯାହା ଦୁର୍ବଳ ମାଂସପେଶୀର କାରଣ । ଦୌଡ଼ିବା, ଚାଲିବା କିମ୍ବା କୌଣସି ପ୍ରକାର ଶାରୀରିକ କାର୍ଯ୍ୟକଳାପ ନକରିବା କାରଣରୁ ଏପରି ସମସ୍ୟା ବଢିଯାଏ ।

୫. ପାଟିର ଦୁର୍ଗନ୍ଧ- କଥା କହିବା ସମୟରେ ଅନେକ ଲୋକଙ୍କ ପାଟିରୁ ଦୁର୍ଗନ୍ଧ ଆସେ । ଏହାକୁ ଅତି ସାଧାରଣ ଭାବୁଥିଲେ ମଧ୍ୟ ପ୍ରକୃତରେ ସେମିତି ନୁହେଁ । ଏହା ସିଧାସଳଖ ରୋଗ ପ୍ରତିରୋଧକ ଶକ୍ତି ସହ ଜଡିତ ଥାଏ । ତେଣୁ ପାଟିରୁ ଦୁର୍ଗନ୍ଧ ଆସିବାର ଅର୍ଥ ହେଉଛି ଆପଣ ଅସୁସ୍ଥ ଅଛନ୍ତି । ଦୁର୍ଗନ୍ଧ ନ ଆସିବାର ଅର୍ଥ ହେଉଛି ଆପଣ ଏକଦମ୍ ସୁସ୍ଥ ଅଛନ୍ତି ।

୬. ପାଦ ଫୁଲା- ରିପୋର୍ଟ ଅନୁଯାୟୀ, ଶରୀରର ତଳ ଅଂଶ ବା ପାଦ ଫୁଲା ଥାଇରଏଡ୍, କିଡନୀ କିମ୍ବା ହୃଦୟ ସମ୍ବନ୍ଧୀୟ ରୋଗର କାରଣ ହୋଇପାରେ । ଏହା ଜରୁରୀ ନୁହେଁ ଯେ କେବଳ ଶାରୀରିକ କାର୍ଯ୍ୟକଳାପ ହେତୁ ବା ବେଶୀ ସମୟ ବସି ରହିବା ହେତୁ ହୋଇପାରେ ।

୭. ଶୁଖିଲା ଓଠ- ଆପଣ ନିଶ୍ଚିତ ଭାବରେ ଅନେକ ଲୋକଙ୍କୁ ଦେଖିଥିବେ, ଯେଉଁମାନଙ୍କ ଓଠ ଡ୍ରାଏ ଥାଏ ବା ଶୁଖିଲା ଥାଏ । ସେମାନେ ସବୁବେଳେ ଓଠରେ ବାମ୍ ବ୍ୟବହାର କରନ୍ତି । ଓଠର କ୍ରମାଗତ ଶୁଷ୍କତା ଶରୀରରେ କିଛି ବଡ ରୋଗର ସଙ୍କେତ ହୋଇପାରେ । ଡାକ୍ତରମାନେ କହିଛନ୍ତି ଯେ ଶରୀରରେ ଭିଟାମିନ୍ ଅଭାବରୁ ଏଭଳି ସମସ୍ୟା ଦେଖାଦିଏ ।

୮. ଶୋଇବା- ଆପଣ ରାତିରେ ପର୍ଯ୍ୟପ୍ତ ନିଦ ପାଇବାକୁ ସକ୍ଷମ ତ? ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ରହସ୍ୟ ମଣିଷର ନିଦ୍ରାରେ ଲୁଚି ରହିଥାଏ । ଭୁଲ ଖାଇବା ଅଭ୍ୟାସ, ଅତ୍ୟଧିକ କ୍ୟାଫେନ୍ ଖାଇବା କିମ୍ବା ଶରୀରରକୁ ପର୍ଯ୍ୟପ୍ତ ପରିମାଣର କଶରତ ନ କରିବା ଦ୍ୱାରା ଶୋଇବା ବ୍ୟାଧି ହୋଇଥାଏ । ଯାହା ଆପଣଙ୍କ ରୋଗାଗ୍ରସ୍ତ ହେବାର ଏକ ବଡ଼ ସଙ୍କେତ ।

୯. ଶରୀରର ତାପମାତ୍ରା- ହାତ ଏବଂ ପାଦ ସବୁବେଳେ ଥଣ୍ଡା ହେବା ସ୍ୱାଭାବିକ ନୁହେଁ । ସାଧାରଣତଃ ପାଦର ତାପମାତ୍ରା ଅନୁଯାୟୀ ଆମ ଶରୀରର ତାପମାତ୍ରା ପରିବର୍ତ୍ତନ ହୁଏ । କିନ୍ତୁ ଯଦି ଆପଣ କ୍ରମାଗତ ଭାବରେ ଏହିପରି ଅନୁଭବ କରନ୍ତି, ତେବେ ନିଶ୍ଚିତ ଭାବରେ ଏକ ଗୁରୁତର ସମସ୍ୟା ରହିଛି । ଶରୀରରେ ରକ୍ତ ସଞ୍ଚାଳନର ସମସ୍ୟା ହେତୁ ହାତ ଏବଂ ପାଦର କ୍ରମାଗତ ଥଣ୍ଡା ହୋଇପାରେ । ଆପଣଙ୍କ ଶରୀରର ପ୍ରତ୍ୟେକ ଅଙ୍ଗକୁ ଯଥେଷ୍ଟ ରକ୍ତ ପ୍ରବାହିତ ହେଉନାହିଁ ଏଥିରୁ ସ୍ପଷ୍ଟ ହୁଏ ।

୧୦. ଖରାପ ଚର୍ମ- ଚର୍ମ କ୍ୱାଲିଟରୁ ବ୍ୟକ୍ତିର ସ୍ୱାସ୍ଥ୍ୟଗତ ଅବସ୍ଥା ସହଜରେ ଚିହ୍ନି ହୁଏ । ସାଧାରଣତଃ କିଛି ଲୋକଙ୍କର ଚର୍ମ ସମସ୍ୟା ଦେଖାଯାଏ । କିନ୍ତୁ ଚର୍ମ ରୋଗ ଏକ ବଡ ରୋଗର ସଙ୍କେତ ମଧ୍ୟ ହୋଇପାରେ । ଖରାପ ଖାଦ୍ୟ ଆପଣଙ୍କ ଚର୍ମ ଖରାପ ହେବାର କାରଣ ହୋଇପାରେ । ଯଦି ଆପଣ ଚର୍ମରେ କିଛି ଅଦ୍ଭୁତ ଦାଗ ବା ଚିହ୍ନ ଦେଖୁଛନ୍ତି, ତେବେ ବୁଝିଯିବା ଉଚିତ୍ ଯେ କିଛି ବଡ ସମସ୍ୟା ରହିଛି ।

Get real time updates directly on you device, subscribe now.