fbpx

ଆଇସିସି ଟି-୨୦ ବ୍ୟାଟିଂ ମାନ୍ୟତା: ୫ମ ସ୍ଥାନକୁ ଖସିଲେ କୋହଲି, ୮ମ ସ୍ଥାନରେ କେଏଲ ରାହୁଲ

ଚତୁର୍ଥ ସ୍ଥାନରେ ଉଠିଲେ ପାକିସ୍ତାନର ଓପନିଂ ବ୍ୟାଟ୍ସମ୍ୟାନ ମହମଦ ରିଜୱାନ

ଦୁବାଇ: ଭାରତୀୟ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲି ଚଳିତ ଟି-୨୦ କ୍ରିକେଟ ବିଶ୍ୱକପର ପାକିସ୍ତାନ ବିପକ୍ଷ ମ୍ୟାଚରେ ୪୯ ବଲରୁ ୫୭ ରନ କରିଥିଲେ ହେଁ ସଦ୍ୟ ପ୍ରକାଶିତ ଆଇସିସି ଟି-୨୦ ବ୍ୟାଟିଂ ମାନ୍ୟତାରେ ପୁଣି ଗୋଟିଏ ସ୍ଥାନ ତଳକୁ ଖସି ଆସିଛନ୍ତି । ତେଣୁ ଏହି ଫର୍ମାଟରେ କୋହଲି ବର୍ତ୍ତମାନ ୭୨୫ ପଏଣ୍ଟ ସହିତ ପଞ୍ଚମ ସ୍ଥାନରେ ପହଞ୍ଚି ଥିବା ବେଳେ ଓପନର କେଏଲ ରାହୁଲ ପାକିସ୍ତାନ ବିପକ୍ଷ ଚଳିତ ଟି-୨୦ ବିଶ୍ୱକପ ମ୍ୟାଚରେ କେବଳ ୩ ରନ କରି ଦୁଇ ପାଦ ତଳକୁ ଖସି ଆସି ୬୮୪ ପଏଣ୍ଟ ସହିତ ଆଇସିସି ଟି-୨୦ ବ୍ୟାଟିଂ ମାନ୍ୟତାର ଅଷ୍ଟମ ସ୍ଥାନରେ ଅଛନ୍ତି ।

ପାକିସ୍ତାନର ଓପନିଂ ବ୍ୟାଟ୍ସମ୍ୟାନ ମହମଦ ରିଜୱାନ ଚଳିତ ଟି-୨୦ ବିଶ୍ୱକପର ଭାରତ ବିପକ୍ଷ ମ୍ୟାଚରେ ଅପରାଜିତ ୭୯ ଓ ନ୍ୟୁଜିଲାଣ୍ଡ ବିରୋଧରେ ୩୩ ରନ କରିବା ଫଳରେ ତିନି ପାଦ ଆଗକୁ ବଢ଼ି ସଂପ୍ରତି ଆଇସିସି ଟି-୨୦ ବ୍ୟାଟିଂ ମାନ୍ୟତାର ଚତୁର୍ଥ ସ୍ଥାନକୁ ଉଠି ପାରିଛନ୍ତି । ସେହିପରି ଦକ୍ଷିଣ ଆଫ୍ରକିକୀୟ ବ୍ୟାଟ୍ସମ୍ୟାନ ଏଦେନ ମାରକ୍ରାମ ଟି-୨୦ ବିଶ୍ୱକପର ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ବିକ୍ଷ ମ୍ୟାଚରେ ୪୦ ରନ ଲେଖାଏଁ କରି ବ୍ୟାଟିଂ ମାନ୍ୟତାର ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି । ସଂପ୍ରତି ଇଂଲଣ୍ଡର ଦାୱିଦ ମାଲାନ ୮୩୧ ପଏଣ୍ଟ ସହିତ ପ୍ରଥମ ଓ ପାକିସ୍ତାନ କ୍ରିକେଟ ଦଳ ଅଧିନାୟକ ବାବର ଆଜାମ ୮୨୦ ପଏଣ୍ଟ ହାସଲ କରି ଆଇସିସି ଠି-୨୦ ବ୍ୟାଟିଂ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଅଛନ୍ତି । ବାଂଲାଦେଶର ସକିବ ଅଲ ହାସନ ଅଲରାଉଣ୍ଡର ମାନ୍ୟତାର ପ୍ରଥମ ସ୍ଥାନ ବଜାୟ ରଖି ପାରିଛନ୍ତି ।

Get real time updates directly on you device, subscribe now.