fbpx

ସମୀର ୱାଙ୍ଖଡେଙ୍କ ବିରୋଧରେ ଲାଞ୍ଚ ଅଭିଯୋଗର ତଦନ୍ତ କରିବ ମୁମ୍ବାଇ ପୋଲିସ୍, ୪ ଅଫିସର୍ ନିଯୁକ୍ତ

ମୁମ୍ବାଇ: ଏନସିବିର ଜୋନାଲ୍ ଡାଇରେକ୍ଟର୍ ସମୀର ୱାଙ୍ଖଡେଙ୍କ ବିରୋଧରେ ଅଣାଯାଇଥିବା ଲାଞ୍ଚ ଅଭିଯୋଗର ତଦନ୍ତ କରିବ ମୁମ୍ବାଇ ପୋଲିସ୍ । ତେବେ ଯାଞ୍ଚ ପାଇଁ ମୁମ୍ବାଇ ପୋଲିସ୍ ର ୪ ଜଣ ଅଫିସର୍ ଙ୍କୁ ନିଯୁକ୍ତି ଦିଆଯାଇଛି । ଅତିରିକ୍ତ ପୋଲିସ୍ ଆୟୁକ୍ତ ଦିଲୀପ ସାୱନ୍ତ ଏହି ତଦନ୍ତର ତଦାରଖ କରିବେ । ତେବେ ସମୀରଙ୍କ ବିରୋଧରେ ପ୍ରଭାକର ସାଇଲ୍, ସୁଧା ଦ୍ୱିବେଦୀ, କନିଷ୍କ ଜୈନ ଓ ନିତିନ୍ ଦେଶମୁଖଙ୍କ ପକ୍ଷରୁ ଲାଞ୍ଚ ନେଇଥିବା ନେଇ ୪ଟି ମାମଲା ରୁଜୁ କରାଯାଇଛି ।

ତେବେ ପ୍ରଭାକର ସାଇଲ୍, ସୁଧା ଦ୍ୱିବେଦୀ, କନିଷ୍କ ଜୈନ ଓ ନିତିନ୍ ଦେଶମୁଖ ଲାଞ୍ଚ ନେଇଥିବା ନେଇ ୪ଟି ଅଲଗା ଅଲଗା ମାମଲା ରୁଜୁ କରାଯାଇଛି । ଏହି ୪ଟି ଅଭିଯୋଗକର୍ତ୍ତାଙ୍କ ମଧ୍ୟରୁ ପ୍ରଭାକର ସାଇଲ୍ ହେଉଛନ୍ତି ଆର୍ଯ୍ୟନ ଖାନ୍ ମାମଲାରେ ଏନସିବିର ଏକ ସ୍ୱତନ୍ତ୍ର ସାକ୍ଷୀ ।

ସୂଚନାଯୋଗ୍ୟ, ଆର୍ୟନ ଖାନ ଡ୍ରଗ୍ସ କେସରେ ତଦନ୍ତର ନେତୃତ୍ୱ ନେଇଥିବା ଏନସିବି ଜୋନାଲ ମୁଖ୍ୟ ସମୀର ୱାଙ୍ଖଡେ ସୋମବାର ଦିଲ୍ଲୀ ପହଞ୍ଚିଛନ୍ତି । କ୍ରୁଜ ଜାହାଜରେ ଡ୍ରଗ୍ସ ପାର୍ଟିରେ ୱାଙ୍ଖଡେ ସହିତ ଏଜେନ୍ସିର କିଛି ଅଧିକାରୀ ଆର୍ୟନଙ୍କୁ ଛାଡିବା ପାଇଁ ୨୫ କୋଟି ଟଙ୍କା ଦାବି କରୁଥିବା ଅଭିଯୋଗ ହୋଇଛି । ଆଉ ଏହି ଆରୋପ ଲଗାଇଛନ୍ତି ଘଟଣାର ଜଣେ ସାକ୍ଷୀ । ଏହା ପରେ ସମୀରଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଆଦେଶ ଦିଆଯାଇଛି ।

ଏନସିବି ସ୍ୱତନ୍ତ୍ର ଅଦାଲତରେ ଦାଖଲ ସତ୍ୟପାଠରେ କହିଛି ଯେ, ୱାଙ୍ଖଡେ ଓ ଅନ୍ୟ ଅଧିକାରୀଙ୍କ ସେବାରେ କୌଣସି ଆଜି ଯାଏଁ କୌଣସି ଦାଗ ଲାଗିନି । ହେଲେ ୱାଙ୍ଖଡେଙ୍କ ବିରୋଧରେ ବଟି ଆଦାୟ ଆରୋପ ଲଗାଇଥିବା ବିଶେଷ ସାକ୍ଷୀ ପ୍ରଭାକର ସାଇଲଙ୍କ ଦ୍ୱାରା ସତ୍ୟପାଠ ଦାଖଲ କରାଯାଇଛି । ଏହା ପରେ ହିଁ ୱାଙ୍ଖଡେଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଆଦେଶ ଦିଆଯାଇଛି । ନିଜ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିବା ପରେ ମହାରାଷ୍ଟ୍ର ସରକାର ସାଇଲଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦେଇଛନ୍ତି । ଏନସିବିର ଉତ୍ତର କ୍ଷେତ୍ରର ଉପ ମହାନିର୍ଦ୍ଦେଶକ ଜ୍ଞାନେଶ୍ୱର ସିଂହ ୱାଙ୍ଖଡେଙ୍କ ବିରୋଧରେ ମାମଲାର ତଦନ୍ତ କରିବେ ।

 

Get real time updates directly on you device, subscribe now.