fbpx

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍‌ ପଏଣ୍ଟ୍‌ ତାଲିକା: ପଞ୍ଚମ ସ୍ଥାନକୁ ଖସିଲା ଭାରତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜରେ ଭାରତ ୧-୨ରେ ହାରିବା ପରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍‌ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନକୁ ଖସି ଆସିଛି ଭାରତ । ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍‌ ଦ୍ୱିତୀୟ ସାଇକେଲରେ ମୋଟ ୯ ଟେଷ୍ଟ ଖେଳି ୪ ବିଜୟ ହାସଲ କରିଥିବା ବେଳେ ୩ ପରାଜୟ ଓ ୨ ମ୍ୟାଚ ଡ୍ର କରିଥିବା ବେଳେ ୪୯.୦୭ ପରସେଣ୍ଟଜ ଅଫ ପଏଣ୍ଟ ସହିତ ପଞ୍ଚମ ସ୍ଥାନରେ ପହଞ୍ଚିଛି । ଭାରତ ଅନ୍ୟ ଦଳଠାରୁ ସର୍ବାଧିକ ୫୩ ପଏଣ୍ଟ ପାଇଥିଲେ ହେଁ ଖେଳିଥିବା ମୋଟ ଟେଷ୍ଟରେ ବିଜୟ ହାର ତଥା ପରସେଜ ଅଫ ପଏଣ୍ଟ ହାର କମ ରହିଛି ।

ଭାରତ ବିପକ୍ଷ ତୃତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ବିଜୟୀ ହେବା ପରେ ୬୬.୬୬ ପରସେଣ୍ଟଜ ଅଫ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ରହିଛି । ତେବେ ଶ୍ରୀଲଙ୍କା ଅନ୍ୟ ସମସ୍ତ ଦଳଠାରୁ ସର୍ବାଧିକ ୧୦୦ ପରସେଣ୍ଟଜ ଅଫ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆ ୮୩.୩୩ ଓ ପାକିସ୍ତାନ ୭୫ ପରସେଣ୍ଟଜ ଅଫ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନ ପାଇଛି । ଗତବର୍ଷ ଅନୁଷ୍ଠିତ ପ୍ରଥମ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଫାଇନାଲରେ ଭାରତକୁ ପରାସ୍ତ କରି ନୂଆ ଚାମ୍ପିଅନ ହୋଇଥିବା ନ୍ୟୁଜିଲାଣ୍ଡ ନିକଟରେ ଅନୁଷ୍ଠି ଭାରତ ବିପକ୍ଷ ଦୁଇ ମ୍ୟାଚରେ ୦-୧ରେ ହାରିଥିବା ବେଳେ ବାଂଲାଦେଶ ବିପକ୍ଷ ସିରିଜ ୧-୧ରେ ଡ୍ର ରଖିଥିଲା । ତେଣୁ ୩୩.୩୩ ପରସେଣ୍ଟଜ ଅଫ ପଏଣ୍ଟ ସହିତ ଷଷ୍ଠ ସ୍ଥାନରେ ରହିଛି ।

Get real time updates directly on you device, subscribe now.