fbpx

ଆଜି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ ଫାଇନାଲ, ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ବୋଲରଙ୍କୁ ନେଇ ମଇଦାନକୁ ଓହ୍ଲାଇବ ଭାରତୀୟ ଟିମ୍

ସାଉଥମ୍ପଟନ(ଇଂଲଣ୍ଡ): ଭାରତ- ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍  ଫାଇନାଲ ମ୍ୟାଚ ଶୁକ୍ରବାର ଠାରୁ ଏଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଚୂଡାନ୍ତ ୧୧ ଜଣିଆ ଦଳରେ ସ୍ଥାନ ପାଇଛନ୍ତି ପୁରୁଖା ପେସ୍‌ ବୋଲର ଇଶାନ୍ତ ଶର୍ମା ଓ ଅଲ ରାଉଣ୍ଡର ରବିନ୍ଦ୍ର ଜାଡେଜା । ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ଜାଡେଜାଙ୍କ ସହିତ ପେସ୍‌ ବୋଲର ଇଶାନ୍ତ ଶର୍ମା ,ମହମ୍ମଦ ସାମି ଓ ଯଶପ୍ରୀତ ବୁମରାଙ୍କୁ ସାମିଲ କରା ଯାଇଛି । ଋଷଭ ପନ୍ତ ୱିକେଟ କିପିଂ  ଦାୟିତ୍ୱ ତୁଲାଇବେ ।

ସେହିପରି ପୂର୍ବ ଯୋଜନା ଅନୁଯାୟୀ ରୋହିତ ଶର୍ମାଙ୍କ ସହ ଇଂନିସ ଓପନିଂ କରିବେ ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍‌ । ଅଧିନାୟକ ବିରାଟ କୋହଲିଙ୍କ ସହିତ ଅଜିଙ୍କ୍ୟ ରାହାଣେ ଓ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ବ୍ୟାଟିଂ ଭାର ସମ୍ଭାଳିବେ ।

ଚୂଡାନ୍ତ ଏକାଦଶ ଦଳ

ରୋହିତ ଶର୍ମା, ଶୁବମନ ଗିଲ୍‌, ଚେତେଶ୍ୱର ପୂଜାରା , ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ସାମି । ସୂଚନା ଯୋଗ୍ୟ ଯେ ଏହି ମ୍ୟାଚର ବିଜେତା ୧.୬ ମିଲିୟନ ଡଲାର ପୁରସ୍କାର ସହ ଆଇସିସି ଟେଷ୍ଟ ଚାମ୍ପିଅନଶି୍‌ ଗଦା ପାଇବେ । ସେହିରି ପରାଜିତ ଦଳକୁ ମିଳିବ ୮୦୦, ୦୦୦ ଆମେରିକୀୟ ଡଲାର ।

Get real time updates directly on you device, subscribe now.