fbpx

ଆଇସିଏମ୍‌ଆର୍‌ ୪ର୍ଥ ସେରୋସର୍ଭେ ରିପୋର୍ଟ: ଏବେ ବି ବିପଦ ଆଶଙ୍କା, ୪୦ କୋଟି ଭାରତୀୟଙ୍କ ଦେହରେ ସୃଷ୍ଟି ହୋଇନି ଆଣ୍ଟିବଡି

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଦେଶର ଦୁଇ-ତୃତୀୟାଂଶ ଜନତାଙ୍କ ଶରୀରରେ କରୋନା ଭୂତାଣୁ ବିକ୍ଷରେ ପ୍ରତିରୋଧକ ଶକ୍ତି ବା ଆଣ୍ଟିବଡ଼ି ସୃଷ୍ଟି ହୋଇଛି । ମାତ୍ର ଚିନ୍ତାଜନକ ବିଷୟ ହେଉଛି ଏକ ତୃତୀୟାଂଶ ଜନତା ଅର୍ଥାତ ୪୦ କୋଟି ଲୋକଙ୍କ ପ୍ରତି ଏବେ ବି ବିପଦର ଆଶଙ୍କା ରହିଛି । କାରଣ ସେମାନଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇପାରି ନାହିଁ ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ କରାଯାଇଥିବା ୪ର୍ଥ ସେରୋସର୍ଭେରୁ ଜଣାପଡ଼ିଛି ।

ଏହି ସେରୋସର୍ଭେ ସମ୍ପର୍କରେ ସୂଚନା ଦେଇ ଆଇସିଏମଆରର ମହାନିର୍ଦ୍ଦେଶକ ଡଃ ବଳରାମ ଭାର୍ଗବ କହିଛନ୍ତି ଯେ, ସର୍ଭେରୁ କେତେକ ସକାରାତ୍ମକ ଫଳାଫଳ ମିଳିଛି, ଏକ ଆଶାର କିରଣ ଦେଖାଯାଇଛି । ମାତ୍ର ବିପଦ ଏବେ ବି ଟଳିନାହିଁ । କାରଣ ଏବେ ବି ଏକ ତୃତୀୟାଂଶ ଜନତା ଅର୍ଥାତ ପ୍ରତି ତିନିଜଣରୁ ଜଣକ ପ୍ରତି ସଂକ୍ରମଣର ଆଶଙ୍କା ରହିଛି । ଏଣୁ ବେପରୁଆ ହେଲେ ଚଳିବ ନାହିଁ । ଆମକୁ କରୋନା କଟକଣାକୁ କଡ଼ାକଡ଼ିଭାବେ ପାଳନ କରିବାକୁ ପଡ଼ିବ । ୪ର୍ଥ ସେରୋ ସର୍ଭେ ଜୁନ ଓ ଜୁଲାଇ ମାସରେ ଦେଶର ୭୦ଟି ଜିଲ୍ଲାରେ କରାଯାଇଥିଲା । ୨୮,୯୭୫ ଜଣଙ୍କ ଉପରେ କରାଯାଇଥିବା ଏହି ସର୍ଭେରେ ୬ରୁ ୧୭ ବର୍ଷର ପିଲାଙ୍କୁ ମଧ୍ୟ ସାମିଲ କରାଯାଇଥିଲା । ସେହପରି ୧୮ ବର୍ଷରୁ ଊର୍ଦ୍ଧ ୨୦,୨୮୪ ଜଣ ଏଥିରେ ସାମିଲ ଥିଲେ ।

Get real time updates directly on you device, subscribe now.