fbpx

ଆଇସିସି ମହିଳା ଦିନିକିଆ ମାନ୍ୟତା: ପୁଣି ଶୀର୍ଷ ସ୍ଥାନକୁ ଫେରିଲେ ମିଥାଲି

ଦୁବାଇ (ଓଡ଼ିଶା ଭାସ୍କର): ଭାରତୀୟ ମହିଳା ଦିନିକିଆ ଦଳର ଅଧିନାୟିକା ମିଥାଲି ରାଜ ପୁଣି ଆଇସିସି ଦିନିକିଆ ମାନ୍ୟତାର ଏକ ନମ୍ବର ସ୍ଥାନକୁ ଫେରିଲେ । ଅଳ୍ପଦିନ ତଳେ ୱେଷ୍ଟଇଣ୍ଡିଜ ଦଳର ଅଧିନାୟିକା ଷ୍ଟେଫାନେ ଟେଲର ଏହି ସ୍ଥାନ ଛଡାଇ ନେଇଥିଲେ । ମାତ୍ର ଚଳିତ ପାକିସ୍ଥାନ ବିପକ୍ଷ ମହିଳା ଦିନିକିଆ କ୍ରିକେଟ ସିରିଜରେ ୱେଷ୍ଟଇଣ୍ଡିଜ ୩-୨ରେ ବିଜୟୀ ହୋଇଥିଲେ ହେଁ ଷ୍ଟେଫାନେ ଟେଲର ଏହି ସିରିଜର ଦୁଇ ମ୍ୟାଚରେ ୪୯ ଓ ୨୧ ରନ କରିବା ଫଳରେ ଆଇସିସି ମାନ୍ୟତାର ୩୦ ପଏଣ୍ଟ ହରାଇବାକୁ ପଡିଥିଲା । ଏହା ସହିତ ଟେଲର ଆଇସିସି ମହିଳା ଦିନିକିଆ ମ୍ୟନ୍ୟତାର ପଞ୍ଚମ ସ୍ଥାନକୁ ଖସି ଆସିଥିବା ବେଳେ ମାନ୍ଧାନା ପୁଣି ଏକ ନମ୍ବର ସ୍ଥାନକୁ ଆସିବାରେ ସଫଳ ହୋଇଛନ୍ତି । ମାନ୍ଧାନା ବର୍ତ୍ତମାନ ୭୬୨ ପଏଣ୍ଟ ସହିତ ଅନ୍ୟ ଖେଳାଳିଭ୍‌କ ଠାରୁ ଯଥେଷ୍ଟ ଆଗରେ ଅଛନ୍ତି ।

ସୂଚନା ଯୋଗ୍ୟ ଯେ ଗତ ୧୬ ବର୍ଷ ମଧ୍ୟରେ ମାନ୍ଧାନା ୯ ଥର ଆଇସିସି ଦିନିକିଆ ମାନ୍ୟତାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ତେବେ ୧୬ ବର୍ଷତଳେ ପ୍ରଥମ ଥର ପାଇଁ ଏହି ସ୍ଥାନ ଦଖଳ କରିଥିବା ବେଳେ ଚଳିତ ବର୍ଷ ପୁଣି ଏହି ସ୍ଥାନରେ ପହଞ୍ଚିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ମଙ୍ଗଳବାର ଦିନ ଆଇସିସି ପକ୍ଷରୁ ଘୋଷିତ ଦିନିକିଆ ମାନ୍ୟତାରେ ମାନ୍ଧାନା ଓ ଟି-୨୦ ମାନ୍ୟତାରେ ଭାରତୀୟ ଦଳର ଅନ୍ୟ ଖେଳାଳି ମାନେ ଉନ୍ନତି ଆଣି ପାରିଛନ୍ତି । ସୂଚନା ଯୋଗ୍ୟ ଯେ ନିକଟରେ ଅନୁଷ୍ଠିତ ଇଂଲଣ୍ଡ ମହିଳା ବିପକ୍ଷ ଦିନିକିଆ ସିରିଜରେ ଭାରତ ହାରି ଯାଇଥିଲେ ହେଁ ମାନ୍ଧାନାଙ୍କ ପ୍ରଦର୍ଶନ ସବୁଠାରୁ ପ୍ରଶଂସନୀୟ ଥିଲା ।

Get real time updates directly on you device, subscribe now.