fbpx

ରାଜ କୁନ୍ଦ୍ରାଙ୍କ ପୋନୋଗ୍ରାଫୀ ମାମଲା: ଶିଳ୍ପା ସେଟ୍ଟୀଙ୍କୁ ନେଇ ମୁମ୍ବାଇ ପୋଲିସର ବଡ ବୟାନ

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇର କ୍ରାଇମ ବ୍ରାଞ୍ଚ ଗିରଫ କରିଛି ଓ କୋର୍ଟ ତାଙ୍କୁ ୩ ଦିନ ପାଇଁ ପୋଲିସ ହେପାଜତକୁ ପଠାଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ ପୋଲିସର ଯୁଗ୍ମ କମିଶନର ଭିଲିନ୍ଦ ଭରାମ୍ବେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଏହି ଘଟଣାର ସୂଚନା ଦେଇଛନ୍ତି । ଏହା ସହ କୁନ୍ଦ୍ରାଙ୍କ ମାମଲାରେ ଶିଳ୍ପାଙ୍କ ଭୂମିକା ରହିଛି କି ନାହିଁ, ତାହା ବି ସ୍ପଷ୍ଟ ହୋଇଛି ।

ଭିଲିନ୍ଦ କହିଛନ୍ତି ଯେ, ‘ଏହି ମାମଲାରେ ଉମେଶ କାମତ ଭଳି ନିର୍ମାତାଙ୍କୁ ଗିରଫ କରିଛୁ, ଯେକି ରାଜ କୁନ୍ଦ୍ରାଙ୍କ ଇଣ୍ଡିଆ ଅପରେସନକୁ ଦେଖାଶୁଣା କରୁଥିଲେ । ହ୍ୱାଟ୍ସଆପର ଆପର କାମକାଜ ବିଭାଗ କମ୍ପାନୀ ଜରିଆରେ ଏହାର ତଦାରଖ କରାଯାଉଥିଲା । ରେଡ ସମୟରେ ଯେଉଁ ପ୍ରମାଣ ମିଳିଛି, ସେହି ଆଧାରରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି । କିନ୍ତୁ ଶିଳ୍ପା ସେଟ୍ଟୀଙ୍କ ସକ୍ରି୍ୟ ଭୂମିକା ଥିବାର କୌଣସି ପ୍ରମାଣ ମିଳିପାରି ନାହିଁ । ଏନେଇ ତଦନ୍ତ ଜାରି ରହିଛି ।’

ତେବେ ଏହି ମାମଲାରେ ଏଯାବତ୍ ୧୧ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିସାରିଲାଣି ।ଏକ ହଟସଟ୍ ନାମକ ଆପ ଜରିଆରେ ରାଜ ଏହି ଅଶ୍ଲୀଳ ଫିଲ୍ମ ରିଲିଜ କରୁଥିବା ଜଣାପଡିଛି । ଅଶ୍ଳୀଳ ଫିଲ୍ମ କରିବା ସହ କିଛି ଆପ୍ ଜରିଆରେ ତାହାକୁ ପବ୍ଲିଶ କରିଥିବା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଚଳିତ ବର୍ଷ ଫେବୃଆରୀରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ତାଙ୍କ ଉପରେ ଅଶ୍ଳୀଳ ଭିଡିଓ ରେକର୍ଡିଂ କରିବା ଓ ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା ।

Get real time updates directly on you device, subscribe now.