fbpx

ଅଷ୍ଟ୍ରେଲିଆରେ ଜାତିଆଣବାଦର ଶିକାର ୧୨ ବର୍ଷୀୟ ହିନ୍ଦୁ ଯୁବକ; ତୁଳସୀ ମାଳା ପିନ୍ଧିଥିବାରୁ ଫୁଟବଲ ଟିମରୁ ବିଦା

AAKASH

ନୂଆଦିଲ୍ଲୀ: ବିଗତ କିଛି ବର୍ଷ ଧରି ଅଷ୍ଟ୍ରେଲିଆରେ ବନ୍ଦ ରହିଥିବା ଜାତିଆଣବାଦ ପୁଣି ଥରେ ସକ୍ରିୟ ହୋଇ ଉଠିଛି । ଜଣେ ୧୨ ବର୍ଷର ବାଳକକୁ ଅଷ୍ଟ୍ରେଲୀୟ ଫୁଟବଲ ଟିମରୁ ବାହାର କରାଯିବା ପରେ ଉତ୍ତେଜନା ଦେଖାଦେଇଛି । ବିଭିନ୍ନ ଇସଲାମିକ ରାଷ୍ଟ୍ରର ଖେଳାଳି ମାନେ ବୁର୍ଖା ପିନ୍ଧି ଖେଳୁଥିବା ବେଳେ ବେକରେ କ୍ରସଠାରୁ ଆରମ୍ଭ କରି ଅନ୍ୟାନ୍ୟ ର୍ଧାମିକ ପ୍ରତୀକ ପରିଧାନ କରିଥାନ୍ତି । ମାତ୍ର ଏହି ୧୨ ବର୍ଷୀୟ ହିନ୍ଦୁ ବାଳକ ଜଣକ ବେକରେ ଏକ ମାଳା ପରିଧାନ କରିଥିବାରୁ ଫୁଟବଲ ଟିମରୁ ବାହାର କରି ଦିଆଯାଇଛି ।

ଭାରତୀୟ ବଂଶୋଦ୍ଭବ ଯୁବକ ଶୁଭ ପଟେଲ ଅଷ୍ଟ୍ରେଲିଆର ବ୍ରିସବେନରେ ରୁହନ୍ତି । ୧୨ ବର୍ଷୀୟ ଶୁଭଙ୍କୁ ରେଫରୀ ନିଜ ତୁଳସୀ ମାଳା ଓହ୍ଲାଇବାକୁ କହିଥିଲେ ହେଁ ସେ ମନା କରି ଦେଇଥିଲେ । ୫ ବର୍ଷ ବୟସରୁ ଶୁଭ ଏହି ତୁଳସୀ ମାଳ ପିନ୍ଧୁଥିବା ବେଳେ ବିଗତ ୧୫ ମ୍ୟାଚରେ ସେ ଏହି ମାଳି ପିନ୍ଧିଥିଲେ । ମ୍ୟାଚ ରେଫରୀ ଶୁଭଙ୍କୁ ମାଳା ଖୋଲିବାକୁ କହିଥିଲେ । ତେବେ ସେ ନିଜ ଧର୍ମକୁ ଛାଡିବା ପରିବର୍ତ୍ତେ ସେ ଗୋଟିଏ ମ୍ୟାଚରୁ ଓହରିଯିବାକୁ ପସନ୍ଦ କରିବେ ବୋଲି ଶୁଭ କହିଥିଲେ । ମ୍ୟାଚର ଅବଶିଷ୍ଟ ସମୟ ପଡିଆ ବାହାରେ ବସିଥିଲେ ଶୁଭ । ଏହି ଘଟଣା ପରେ କ୍ୱିନସଲ୍ୟାଣ୍ଡ ଫୁଟବଲ କ୍ଲବ ପକ୍ଷରୁ ଶୁଭଙ୍କ ପରିବାର ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି ।

Get real time updates directly on you device, subscribe now.