fbpx
BSKY
BJD SHG SKY
BJD YOUTH SKY

ଖାଇବା ଡେଲିଭରୀ ଲେଟ ହେବାରୁ… ଗୁଳି ଫୁଟାଇଲା SWIGGY ଟୋକା

ନୂଆଦିଲ୍ଲୀ: ଖାଇବା ଡେଲିଭରୀ ସାମାନ୍ୟ ବିଳମ୍ବ ହେବାରୁ ଗୁଳି କରି ରେଷ୍ଟୁରାଣ୍ଟ ମାଲିକଙ୍କୁ ହତ୍ୟା କରିଛନ୍ତିି ସ୍ୱିଗି ଡେଲିଭରୀ ବୟ । ବୁଧବାର ଦିନ ୧୨.୧୫ରେ ଏଭଭଳି ଅଭାବନୀୟ କାଣ୍ଡ ଗ୍ରେଟର ନୋଏଡାରେ ଦେଖିବାକୁ ମିଳିଥିଲା । ଗ୍ରେଟର ନୋଏଡାର ମିତ୍ର ସୋସାଇଟିରେ ରହିଥିବା ଜାମ ଜାମ ଫୁଡ ଡେଲିଭରୀ ରେଷ୍ଟୁରାଣ୍ଟରେ ଏହି ଅଘଟଣ ଘଟିଥିଲା । ନିହତ ବ୍ୟକ୍ତିଙ୍କ ନାମ ସୁନୀଲ ବୋଲି ଜଣାପଡିଛି । ଅଭିଯୁକ୍ତ ଡେଲିଭରୀ ବୟ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ଡଲିଭରୀ ବୟ ୧୧ଟାରେ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ । ଚିକେନ ବିରିୟାନୀ ଏବଂ ପୁରୀ ସବଜି ନେବାକୁ ଆସିଥିଲେ ଏହି ଡେଲିଭରୀ ବୟ । ପୁରୀ ସବଜି ନଥିବାରୁ ବିରିୟାନୀ ପ୍ରଦାନ କରିଥିଲେ । ଏହା ସହିତ ପୁରୀ ସବଜି ପାଇଁ କିଛି ସମୟ ଲାଗିବ ବୋଲି କହିଥିଲେ ହୋଟେଲ କର୍ମଚାରୀ ନାରାୟଣ । ଏଥିରେ ଉତକ୍ଷିପ୍ତ ଡେଲିଭରୀ ବୟ ଝଗଡା ଆରମ୍ଭ କରିଥିଲେ । ଝଗଡା ଛଡାଇବାକୁ ଆସିଥିବା ରେଷ୍ଟୁରାଣ୍ଟ ମାଲିକ କିନ୍ତୁ ଗୁଳିର ଶିକାର ହୋଇଥିଲେ । ସୁନୀଲଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା ।

Get real time updates directly on you device, subscribe now.