fbpx

ବନ୍ଦର ଓ ବିମାନବନ୍ଦର ବିକ୍ରି ପ୍ରତିବାଦରେ ରାଜଧାନୀରେ ବିଶାଳ ଗଣ ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଆଇଟିୟୁସିର ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକ ରାଜ୍ୟ ଦପ୍ତର ରେ ସଭାପତି ଅଶୋକ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଗତ ରାଜ୍ୟ ପରିଷଦ ବୈଠକ ଠାରୁ ଏଜାବତ୍ ମୃତ୍ୟୁ ବରଣ କରିଥିବା ସମସ୍ତ ଏଆଇଟିୟୁସି ନେତା ଓ ସାମାଜିକ କର୍ମୀଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । କେନ୍ଦ୍ରର ମୋଦୀ ସରକାରର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିକ୍ରି ଏବଂ ବିଶେଷ କରି ଓଡ଼ିଶାର ଗର୍ବ ଗୈାରବ ପାରାଦ୍ୱୀପ ବନ୍ଦର ଓ ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର ବିକ୍ରି ବିରୋଧରେ ଆଗାମୀ ୨୦ ତାରିଖ ଦିନ ବିଧାନ ସଭା ସମ୍ମୁଖରେ ବିଶାଳ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯିଵ।ରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ର ସରକାରକୁ ଦାବି ପତ୍ର ପ୍ରଦାନ କରାଯିବ । ଅନୂରୁପ ଭାବେ ଆଧୁନିକ ଓଡ଼ିଶାର ମୁଖଶାଳା ପାରାଦ୍ୱୀପ ବନ୍ଦରର ବିକ୍ରି ବିରୋଧରେ ଆଗାମୀ ୧୫ ସେପ୍ଟେମ୍ଵର ଦିନ ପାରାଦ୍ୱୀପ ଠାରେ ବିଶାଳ ଗଣବିକ୍ଷୋଭର ଆହ୍ୱାନ ଦିଆଯାଇଛି।

ସେହି କ୍ରମରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ମୋଦୀ ସରକାର ରାଷ୍ଟ୍ରୀୟ ଉଦ୍ୟୋଗ ବିକ୍ରି ବିରୋଧରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ ପାଇଁ ଆହ୍ୱାନ ଦିଆଯାଇଛି । ସରକାରଙ୍କର ଵିଭିନ୍ନ ସ୍କିମ୍ ଅଧିନରେ କାମ କରୁଥିବା ଅଙ୍ଗନବାଡ଼ି, ଆଶା, ପାଚିକା ସହାୟିକାଙ୍କ ବିଭିନ୍ନ ଦାବି ନେଇ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ ମାନଙ୍କ ଦ୍ୱାରା ମିଳିତ ଭାବେ ଡାକରା ଦିଆଯାଇଥିବା ସେପ୍ଟେମ୍ବର – ୨୪ ଦେଶଵ୍ୟାପୀ ଆନ୍ଦୋଳନକୁ ସଫଳ କରିବାପାଇଁ ଆହ୍ଵାନ ଦିଆଯାଇଛି । କୃଷକ ଵିରୋଧୀ କୃଷି ଆଇନ ଵିରୋଧରେ ଚାଲିଥିଵା କୃଷକ ଆନ୍ଦୋଳନକୁ ସମର୍ଥନ କରି ସେପ୍ଟେମ୍ବର-୨୫ ଭାରତ ବନ୍ଦକୁ ସମ୍ପୁର୍ଣ୍ଣ ସଫଳ କରିବା ପାଇଁ ଏଆଇଟିୟୁସି ଓଡିଶାଵ୍ୟାପୀ ରାଜ ରାସ୍ତାକୁ ଓହ୍ଲେଇଵାକୁ ନିଷ୍ପତ୍ତି କରିଅଛି । ଏହି ପରିଵର୍ଦ୍ଧିତ ରାଜ୍ୟ ପରିଷଦ ପରିଷଦ ବୈଠକରେ ନାରାୟଣ ରେଡ୍ଡୀ, ପ୍ରଫୁଲ୍ଲ ତ୍ରିପାଠୀ, ଜୟନ୍ତ ଦାସ, ହରପ୍ରିୟା ସ୍ୱାଇଁ, ଦେବାଶିଷ ଘୋଷ୍ , ପ୍ରମୋଦ କୁମାର ମହାନ୍ତି,ମାୟାଧର ନାୟକ ,ମିତ୍ରଭାନୁ ପୋଢ,ସଦାନନ୍ଦ ସାହୁ, ନମିତା ସାହୁ,ଅଳକ ମିଶ୍ର, ସତ୍ୟବାଦୀ ବାଘ, ସୁର ଜେନା ,ଶ୍ୟାମ ସୁନ୍ଦର ଜେନା,ବିନୋଦ ବେହେରା , ଭ୍ରମରଵର ରାଉତ , ବିଷ୍ଣୁ ମୁଦୁଲି , ଶିଶିର ମଲ୍ଲିକ,ଏନ୍ ଗୋପାଲ୍ ,ସୌଦାମିନି ଦାସ, ସିଭିଏନ୍ ରାଓ , ଉଗ୍ରସେନ ମଢୁଆଳ, ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରି ଆନ୍ଦୋଳନ ଓ ସାଂଗଠନିକ କାର୍ୟ୍ୟ କ୍ରମ କୁ ସଫଳ କରିବାପାଇଁ ସଂକଳ୍ପ ଘୋଷଣା କରିଥିଲେ। ସଭା ଶେଷରେ ଉପ ସଭାପତି ଗୈାରାଙ୍ଗ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.