କୁମ୍ବିଂ ବେଳେ IED ବିସ୍ଫୋରଣ; ଜଣେ ଯବାନ ସହିଦ, 3 ଗୁରୁତର

ଛତିଶଗଡ଼ ବିଜାପୁରରେ ଆଇଡି ବିସ୍ଫୋରଣ । ଜଣେ ଯବାନ ସହିଦ ହୋଇଥିବା ବେଳେ 3 ଜଣ ଯବାନ ଗୁରୁତର ଥିବା ଜଣାପଡ଼ିଛି ।

ଛତିଶଗଡ଼: ବିଜାପୁରରେ ଆଇଡି ବିସ୍ଫୋରଣ । କୁମ୍ବିଂ ଅପରେସନ ବେଳେ ନାସନାଲ ପାର୍କ ଜଙ୍ଗଲରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି ।

ତେବେ ଏହି ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଥିବା ବେଳେ 3 ଜଣ ଯବାନ ଗୁରୁତର ଥିବା ଜଣାପଡ଼ିଛି । ଡିଆରଜି ଯବାନ ଦିନେଶ ନାଗ ସହିଦ ହୋଇଛନ୍ତି । ଯବାନଙ୍କୁ ଟାର୍ଗେଟ କରି ଆଇଡି ଖଞ୍ଜିଥିଲେ ମାଓବାଦୀ ।

ଅପଡେଟ୍ ଜାରି ରହିଛି…