fbpx

ସୁଯୋଗ ମିଳିଲେ ନିଶ୍ଚିତ ନିର୍ବାଚନ ଲିଢିବି: ବିଜେଡି ନେତା ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର

ଓଡ଼ିଶା ଭାସ୍କର: ଆଉ ଦିନ କେଇଟା ଗଲେ ୨୦୨୪ ନିର୍ବାଚନ। ଏଥିପାଇଁ ଗତ ଶନିବାର ଦିନ ଓଡ଼ିଶାର ଉଭୟ ଲୋକସଭା ଓ ବିଧାନସଭା ଭୋଟ୍ ପାଇଁ ତାରିଖ ଘୋଷଣା ହୋଇଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଓଡ଼ିଶାରେ ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ତେବେ ମେ’ ୧୩ରୁ ଜୁନ୍ ୧ ତାରିଖ ମଧ୍ୟରେ ୪ଟି ପର୍ଯ୍ୟାୟରେ ରାଜ୍ୟରେ ଭୋଟ୍ ଗ୍ରହଣ ହେବ ଓ ଜୁନ୍ ୪ତାରିଖରେ ଭୋଟ ଗଣତି ହେବ। ଯାହାକୁ ନେଇ ସମସ୍ତ ରାଜନୈତିକ ଦଳ ପକ୍ଷରୁ ବର୍ତ୍ତମାନ ଉପଯୁକ୍ତ ପ୍ରାର୍ଥୀ ଖୋଜାଖୋଜି ବା ଟିକେଟ କସରତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅନ୍ୟପଟେ ଆଶାୟୀ ପ୍ରାର୍ଥୀମାନେ ଦଳୀୟ ଟିକେଟ ପାଇବା ଅପେକ୍ଷାରେ ରହିଛନ୍ତି। ତେବେ ଏହା ମଧ୍ୟରେ ଦଳୀୟ ଟିକେଟକୁ ବିଜେଡି ନେତା ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏକ ବଡ଼ ବୟାନ ରଖିଛନ୍ତି।

ଏଥର ସିଦ୍ଧାନ୍ତ ନିଶ୍ଚୟ ନିର୍ବାଚନ ଲଢ଼ିବେ ବୋଲି ଏକ ଗଣମାଧ୍ୟମ ଆଗରେ କହିଛନ୍ତି। ତେବେ ଉକ୍ତ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସିଦ୍ଧାନ୍ତ କହିଛନ୍ତି, ସୁଯୋଗ ମିଳିଲେ ନିଶ୍ଚିତ ନିର୍ବାଚନ ଲିଢିବି। ତେବେ ୨୦୧୪ରେ ବ୍ରହ୍ମପୁର ଏମପି ଭାବେ ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ମହାପାତ୍ର ୨୦୧୯ରେ ନିର୍ବାଚନ ଲଢି ନ ଥିଲେ । କିନ୍ତୁ ୨୦୨୪ରେ ଦଳର ମୁଖିଆ ସୁଯୋଗ ଦେଲେ ନିହାତି ଲଢିବେ ବୋଲି ସିଦ୍ଧାନ୍ତ କହିଛନ୍ତି । ତେବେ ସିଦ୍ଧାନ୍ତ କିଛି ମାସ ତଳେ ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ସକ୍ରିୟ ଥିଲେ। କିନ୍ତୁ ପରେ ନିଜକୁ ସବୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖିଥିଲେ । ହେଲେ ଏବେ ସେ ନିର୍ବାଚନ ଲଢ଼ିବା ନେଇ ବିଜେଡି ସୁପ୍ରିମୋଙ୍କ ନିଷ୍ପତି ଉପରେ ଛାଡିଛନ୍ତି।

 

 

Get real time updates directly on you device, subscribe now.