fbpx

OMC ପକ୍ଷରୁ ସୂଚନା: ଏପ୍ରିଲ ୩ ଓ ୪ରେ ହେବାକୁ ଥିବା କନିଷ୍ଠ ଯନ୍ତ୍ରୀ, ନର୍ସ ଓ ଫାର୍ମାସିଷ୍ଟ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଖଣି ନିଗମ (ଓଏମସି) ପକ୍ଷରୁ ପୂର୍ବରୁ ପ୍ରକାଶ ପାଇଥିବା ଏକ ନିଯୁକ୍ତି ବିଜ୍ଞପ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଜୁନିୟର ଇଞ୍ଜିନିୟର (ମେକାନିକାଲ) / ଇଲେକ୍ଟ୍ରିସିଆନ-୩ ଓ ଜୁନିୟର ଇଞ୍ଜିନିୟର (ଇଲେକ୍ଟ୍ରି) / ଜୁନିୟର ଇଞ୍ଜିନିୟର (ସିଭିଲ) / ଜୁନିୟର ନର୍ସ / ଜୁନିୟର ଫାର୍ମାସିଷ୍ଟ ପଦର ଡକ୍ୟୁମେଣ୍ଟ ଯାଞ୍ଚ ଯଥାକ୍ରମେ ଆସନ୍ତା ଏପ୍ରିଲ ମାସ ୩ ଓ ୪ ତାରିଖରେ ହେବା ନେଇ ଶିଡ୍ୟୁଲ ହୋଇଥିଲା । ତେବେ ଏହି ଯାଞ୍ଚ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି । ଏନେଇ ଓଏମସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚିତ କରାଯାଇଛି । ପ୍ରାର୍ଥୀମାନେ ଏନେଇ ଅପଡେଟ୍ ଜାଣିବା ନେଇ ନିୟମିତ ଭାବେ ଓଏମସିର ଅଫିସିଆଲ ୱେବସାଇଟକୁ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.