fbpx

ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ କଲେ ରାଜ୍ୟ ସରକାର: ଆଗାମୀ ୫ ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ସୃଷ୍ଟି ହେବ ୧ ଲକ୍ଷ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଆଦି ବିଭିନ୍ନ କ୍ଷେତ୍ରରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସରତ ରହିଛନ୍ତି । ତେବେ ଏହା ମଧ୍ୟରେ ବୟସ ଶିଳ୍ପ କ୍ଷେତ୍ରକୁ ସମୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ନକ୍ସସା ପ୍ରସ୍ତୁତ କରିଛନ୍ତି । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବୟନ ଶିଳ୍ପ ନୀତି ନିବେଶଙ୍କ ପାଇଁ ପର୍ଯ୍ୟାପ୍ତ ନିବେଶର ସୁଯୋଗ ସୃଷ୍ଟି କରିବ ।

ଏହାଫଳରେ ଆଗାମୀ ୫ ବର୍ଷ ମଧ୍ୟରେ ବୟନ ଶିଳ୍ପ କ୍ଷେତ୍ରରେ ପାଖାପାଖି ୧୦ ହଜାର କୋଟି ଟଙ୍କାର ନିବେଶ ପ୍ରାପ୍ତି କରିବାକୁ ଓଡ଼ିଶା ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ନିବେଶ ଫଳରେ ରାଜ୍ୟରେ ପାଖାପାଖି ୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଗତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଚୌଦ୍ୱାର ଠାରେ ବିଶ୍ୱ ପ୍ରସିଦ୍ଧ ବୟନ ଶିଳ୍ପ କମ୍ପାନୀ ୱେଲସ୍ପନ ଟେକ୍ସଟାଇଲ କମ୍ପେ୍ଲକ୍ସ ପାଇଁ ଭିସ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ସେହି ପ୍ରକଳ୍ପରେ ୩୦୫୦ କୋଟି ଟଙ୍କା ବିନିଯୋଗ ହେବା ସହ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଏଥିସହିତ ଆଗାମୀ ଦିନରେ ପ୍ରମୁଖ କପଡ଼ା ନିର୍ମାତା କମ୍ପାନୀ ସାହି, ଆଦିତ୍ୟ ବିର୍ଲା, ଲୋକାଲ ଏଣ୍ଟିଟି ହ୍ୱାଇଟ୍ ଲୋଟସ ଓଡ଼ିଶାରେ ନିବେଶ କରିବାର ପ୍ରସ୍ତାବ ରହିଛି । ଏହି କମ୍ପାନୀଗୁଡ଼ିକ ୧୦୦ କୋଟିରୁ ଆରମ୍ଭ କରି ୪୦୦୦ କାଟି ଟଙ୍କା ପର୍ଯ୍ୟନ୍ତ ନିବେଶ କରିବେ ବୋଲି ଜଣାପଡ଼ିଛି । ରାଜ୍ୟରେ ଯେଉଁ କମ୍ପାନୀମାନେ ବୟସ ଶିଳ୍ପରେ ନିବେଶ କରିବେ ସେମାନଙ୍କ ପାଇଁ ଶିଳ୍ପ ନୀତି ଅନୁଯାୟୀ ରାଜ୍ୟ ସରକାରଙ୍କ ତରଫରୁ ଆକର୍ଷଣୀୟ ରିହାତି ଅଫର ରହିଛି । କୌଣସି ପ୍ରକଳ୍ପରେ ନିବେଶ କଲେ ସଂଶୋଧିତ ଇଣ୍ଡଷ୍ଟ୍ରି ପଲିସୀ ରେଗୁଲେସନ (ଆଇପିଆର) ଅନୁଯାୟୀ ନିବେଶକଙ୍କୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥରାଶି ଫେରସ୍ତ କରାଯିବ । ବୟନ ଶିଳ୍ପ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ତରଫରୁ ପ୍ରାୟ ୨୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ବେଳେ ପର୍ଯ୍ୟାୟକ୍ରମେ ବିଭିନ୍ନ କମ୍ପାନୀ କାରବାର ଆରମ୍ଭ କରିବେ ।

Get real time updates directly on you device, subscribe now.