fbpx
BJD SKY
BJD SKY

‘ଅର୍ଥ’ ପାଇଁ ଅନର୍ଥ; ଭାଇ-ଭଉଣୀଙ୍କୁ କରାଇଲେ ବିବାହ, ସାକ୍ଷୀ ରହିଲେ ଦଶ ଦିଗପାଳ

BJD

ମହାରାଜଗଞ୍ଜ: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରେ ବିବାହର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜିଲ୍ଲାରେ ଏକ ଗଣବିବାହ କାର୍ଯ୍ୟକ୍ରମରେ ଭାଇ ବର ବଦଳରେ ଭଉଣୀକୁ ବିବାହ କରିଥିଲେ। ଲକ୍ଷ୍ମୀପୁର ବ୍ଲକ ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଗଣବିବାହ କାର୍ଯ୍ୟକ୍ରମରେ ବର ପରିବର୍ତ୍ତେ ମଣ୍ଡପରେ ଭାଇକୁ ବିବାହ କରିବା ପ୍ରସଙ୍ଗ ଜୋର ଧରିଛି। ଉଚ୍ଚ କର୍ତ୍ତୃପକ୍ଷ ସମ୍ପୃକ୍ତ ସଚିବଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ନିଲମ୍ବିତ କରାଯାଇଛି।

ଗଣବିବାହ ଯୋଜନାର ହିତାଧିକାରୀପଞ୍ଜୀକରଣ କରିଥିବା ଟିଏ ଇନ୍ଦ୍ରେଶ ଭାରତୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ ବ୍ଲକ କର୍ମଚାରୀଙ୍କୁ ବଞ୍ଚାଇବା ପାଇଁ ଏଡିଓ ସମାଜ କଲ୍ୟାଣ ଚନ୍ଦନ ପାଣ୍ଡେ ବର-କନ୍ୟାଙ୍କ ବିରୋଧରେ ପୁରନ୍ଦରପୁର ଥାନାରେ ଅଭିଯୋଗ କରିଛନ୍ତି। ମଣ୍ଡପରେ ପରସ୍ପରକୁ ବିବାହ କରୁଥିବା ଭାଇ ଓ ଭଉଣୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।

ଏହି ଯୋଜନାରେ ମିଳିଥିବା ସାମଗ୍ରୀ ଏବଂ ପାଣ୍ଠି ପ୍ରଦାନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ସମ୍ପୃକ୍ତ ବ୍ଲକ କର୍ମଚାରୀମାନେ ପୂରା ଘଟଣା ବିଷୟରେ ପୂର୍ବରୁ ଅବଗତ ଥିଲେ ହେଁ ସୁବିଧା ପ୍ରଦାନ ପ୍ରକ୍ରିୟାରେ ସମସ୍ତ ନିୟମକୁ ରଦ୍ଦ କରାଯାଇଥିଲା। ତେବେ ଏହି ଘଟଣା ଜଣାପଡ଼ିବା ପରେ ବ୍ଲକ ଉନ୍ନୟନ ଅଧିକାରୀ ଅମିତ ମିଶ୍ର ତରବରିଆ ଭାବେ ହିତାଧିକାରୀଙ୍କୁ ନୋଟିସ୍ ଜାରି କରି ଯୋଜନାରେ ମିଳିଥିବା ସାମଗ୍ରୀ ଫେରାଇ ଦେଇଥିଲେ। ଦେୟ ରାଶି ଦେବା ମଧ୍ୟ ବନ୍ଦ ହୋଇଯାଇଥିଲା।

ସୋମବାର ଏଡିଓ ସମାଜ କଲ୍ୟାଣ ଚନ୍ଦନ ପାଣ୍ଡେ ବର-କନ୍ୟାଙ୍କ ବିରୋଧରେ ପୁରନ୍ଦରପୁର ଥାନାରେ ଅଭିଯୋଗ କରିଥିଲେ। ଉଭୟଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିବାକୁ କୁହାଯାଇଛି। ସମ୍ପୃକ୍ତ ସଚିବ ମିଲିନ୍ଦ ଚୌଧୁରୀଙ୍କୁ ନିଲମ୍ବିତ କରାଯାଇଛି। ଏହାବ୍ୟତୀତ ଏହି ଯୋଜନାରେ ହିତାଧିକାରୀ ପଞ୍ଜୀକରଣ କରିଥିବା ଟିଏ ଇନ୍ଦ୍ରେଶ ଭାରତୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

 

Get real time updates directly on you device, subscribe now.