fbpx

ପାକିସ୍ତାନ ବିପକ୍ଷରେ ଜିତିଲେ ବି ସହଜ ହୋଇ ନପାରେ ଭାରତର ଫାଇନାଲ୍ ଏଣ୍ଟ୍ରି: ବୁଝନ୍ତୁ ପଏଣ୍ଟ ଟେବୁଲ ହିସାବ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୧୦ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ଏସିଆ କପର ସୁପର-୪ରେ ମୁକାବିଲା ହେବ । ସୁପର-୪ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ପାକିସ୍ତାନ ବାଂଲାଦେଶ ବିପକ୍ଷରେ ୭ ୱିକେଟରେ ବିଜୟ ହାସଲ କରିଥିଲା । ଉକ୍ତ ମ୍ୟାଚରେ ପାକିସ୍ତାନ ୧୦.୩ ଓଭର ବାକିଥାଇ ବିଜୟ ହାସଲ କରିଥିବାରୁ ସେ ଏବେ ୨ ପଏଣ୍ଟ ପାଇବା ସହିତ ତା’ର ନେଟ୍ ରନରେଟ୍ ପ୍ଲସ ୧.୦୫୧ ରହିଛି ।

ଆସନ୍ତାକାଲି ଭାରତ-ପାକିସ୍ତାନ ମ୍ୟାଚରେ ଯଦି ଭାରତ ହାରେ, ତେବେ ଫାଇନାଲରେ ପହଞ୍ଚିବା ନେଇ ସ୍ଥିତି ଜଟିଳ ହୋଇପାରେ । ଅନ୍ୟପକ୍ଷରେ ଯଦି ଟିମ୍ ଇଣ୍ଡିଆ ଜିତେ ତେବେ ବି ଫାଇନାଲ ରାସ୍ତା ଏତେ ସହଜ ହୋଇ ନପାରେ । କାରଣ ଭାରତ ଯଦି ବଡ଼ ବ୍ୟବଧାନରେ ପ୍ରତିପକ୍ଷଙ୍କଠାରୁ ନ ଜିତେ ତେବେ ପାକିସ୍ତାନଠାରୁ ରନରେଟ୍ ଆଧାରରେ ପଛରେ ରହିବ । ଏଭଳି ସ୍ଥିତରେ ଭାରତ ଫାଇନାଲ ରେସ୍ ପାଇଁ ଶ୍ରୀଲଙ୍କା କିମ୍ବା ବାଂଲାଦେଶ ସହିତ ରନରେଟରେ ଲଢ଼େଇ କରିବ । ଯଦି ଭାରତ ପାକିସ୍ତାନଠାରୁ ଜିତି ବାଂଲାଦେଶ / ଶ୍ରୀଲଙ୍କାଠାରୁ ହାରିଯାଏ ତେବେ ବିପଦ ବଢ଼ିପାରେ ।

ସବୁଠାରୁ ବଡ଼ କଥା ହେଉଛି, ଯଦି ଭାରତର ପରବର୍ତ୍ତୀ କୌଣସି ମ୍ୟାଚରେ ବର୍ଷା ହୁଏ ତେବେ ତେବେ ତାହା ମଧ୍ୟ ମୁସ୍କିଲ ବଢ଼ାଇପାରେ । ଯଦି ଭାରତ ତା’ର ତିନୋଟି ମ୍ୟାଚରେ ବିଜୟ ହାସଲ କରେ ତେବେ ତାକୁ ଫାଇନାଲ ଯିବାରୁ କେହି ରୋକି ପାରିବେ ନାହିଁ । ମାତ୍ର ଯଦି କୌଣସି ମ୍ୟାଚରେ ପରାଜୟବରଣ କରେ, ତେବେ ସ୍ଥିତି ବିଗିଡ଼ିପାରେ । ସେଥିପାଇଁ ରୋହିତ ଶର୍ମାଙ୍କ ବାହିନୀକୁ ବଡ଼ ବ୍ୟବଧାନରେ ପ୍ରତିପକ୍ଷକୁ ପରାସ୍ତ କରିବାକୁ ପଡ଼ିବ । ଅବଶ୍ୟକ ଆଗାମୀ ମ୍ୟାଚରେ ଫଳାଫଳ କ’ଣ ହେବ ତାହା ଏବେଠାରୁ ଆକଳନ କରିବା ମୁସ୍କିଲ ।

Get real time updates directly on you device, subscribe now.