fbpx

ଜି-୨୦ ସମ୍ମିଳନୀ ରାତ୍ର ଭୋଜନରେ ସାମିଲ ହେଲା ଏହି ଖାଦ୍ୟ…

ନୂଆଦିଲ୍ଲୀ : ଆଜି ବିଭିନ୍ନ ଦେଶର ରାଷ୍ଟ୍ର ମୁଖ୍ୟ ରାଷ୍ଟ୍ରପତି ଭବନରେ ରାତ୍ର ଭୋଜନ କରିବେ । ତେବେ ରାଷ୍ଟ୍ରପତି ଭବନ ଦ୍ୱାରା ଯାରି କରାଯାଇଥିବା ଖାଦ୍ୟ ମଧ୍ୟରେ ଦହି ଗୋଲା, କେରଳ ଲାଲ ଚାଉଳ ସହିତ ଠାରୁ ଆରମ୍ଭ କରି ଅନେକ ପ୍ରକାର ଖାଦ୍ୟ ପରସା ଯାଇଛି । ଅନ୍ୟ ପକ୍ଷରେ ସେମାନଙ୍କ ପତ୍ନୀ ଏବଂ ପରିବାର ଲୋକମାନଙ୍କ ପାଇଁ ଜୟପୁର ହାଉସରେ ସ୍ୱତନ୍ତ୍ର ଲଞ୍ଚ ବ୍ୟବସ୍ଥା କରାଯାଇଥିଲା । ଏହା ସହିତ ସାସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା ।

ଏହା ଛଡା ଅନେକ ରାଷ୍ଟ୍ରାଧକ୍ଷଙ୍କ ପତ୍ନୀ ବିଭିନ ଖାଦ୍ୟର ସ୍ୱାଦ ମଧ୍ୟ ଚାଖିଛନ୍ତି । ଯେପରି କଖାରୁ ନଡିଆରେ ପ୍ରସ୍ତୁତ ଖାଦ୍ୟ, ଚାଉଳରେ ତିଆରି ମୁଢି,ବିଟ ଏବଂ ବାଦାମ ମଞ୍ଜିର ଟିକି । ମିଠାରେ ମଧ୍ୟ ଅନେକ ପ୍ରକାର ଖାଦ୍ୟ ଦେଖିବାକୁ ମିଳିଥିଲା ।
ଶିଖର ସମ୍ମିଳନୀ ପ୍ରଥମ ଦିନ ‘ଏକ ବିଶ୍ୱ’ ଗ୍ରୃପରେ ଏକ ନୂତନ ସ୍ଥାୟୀ ସଦସ୍ୟ ଭାବେ ଆଫ୍ରିକା ଯୋଗ ଦେଇଛି । ଏହା ପରେ ଏହି ଅଧିବେଶନ ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଅଫ୍ରିକୀୟ ଚେୟା ମ୍ୟାନ ଆଜେଲ ଆସମାନଙ୍କୁ ମଞ୍ଚରେ ଯୋଗ ଦେବାକୁ ଡାକିଥିଲେ ।

Get real time updates directly on you device, subscribe now.