fbpx

ଭାରତ ଫାଇନାଲରେ ଜିତିଲେ ୟୁଜର୍ସଙ୍କୁ ୧୦୦ କୋଟି ଟଙ୍କା ବାଣ୍ଟିବେ: Astrotalk CEOଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ନଭେମ୍ବର ୧୯ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚ ଖେଳାଯିବ । ୨୦୦୩ ପରେ ପ୍ରଥମ ଥର ପାଇଁ ଭାରତ ଓ ଅଷ୍ଟ୍ରେଲିଆ ବିଶ୍ୱକପ ମୁକୁଟ ପିନ୍ଧିବା ପାଇଁ ପରସ୍ପର ସହ ଲଢ଼ିବେ । ଭାରତ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଏହି ସୁଯୋଗ ଲାଭ କରିଥିଲା ।

ତେବେ ଚଳିତ ଥର ବିଶ୍ୱକପ ଘରୋଇ ମାଟିରେ ଆୟୋଜିତ ହେଉଥିବାରୁ ଟିମ୍ ଇଣ୍ଡିଆ ପାଇଁ ବିଶ୍ୱ ଚାମ୍ପିୟନ ହେବାର ଏକ ବଡ଼ ସୁଯୋଗ ରହିଛି । ଅଧିନାୟକ ରୋହିତ ଶର୍ମା, କିଙ୍ଗ କୋହଲିଙ୍କ ବ୍ୟତୀତ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଫୁଲ୍ ଫର୍ମରେ ରହିଛନ୍ତି । ସେହିପରି ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ମହମ୍ମଦ ଶାମୀ, କୁଲଦୀପ ଯାଦବ ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କୁ ନେଇ ଭାରତୀୟ ବୋଲିଂ ବିଭାଗ ବେଶ୍ ଶକ୍ତିଶାଳୀ ହୋଇପାରିଛି ।

ଗୋଟିଏ ପଟେ ବିଶ୍ୱକପର ଫାଇନାଲ ମ୍ୟାଚକୁ ନେଇ ସାରା ଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିବା ବେଳେ ଏହା ମଧ୍ୟରେ ଆଷ୍ଟ୍ରୋଟାକ ସିଇଓ ପୁନୀତ ଗୁପ୍ତା ଏକ ବଡ଼ ଘୋଷଣା କରିଛନ୍ତି । ଫାଇନାଲରେ ଭାରତ ଜିତିଲେ ସେ ୟୁଜର୍ସଙ୍କୁ ୧୦୦ କୋଟି ଟଙ୍କା ବାଣ୍ଟିବେ ବୋଲି ପୁନିତ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ୨୦୧୧ରେ ଭାରତ ବିଶ୍ୱକପ ଜିତିବା ସମୟରେ ପୁନୀତ କଲେଜରେ ପଢ଼ୁଥିଲେ । ତାହା ତାଙ୍କ ଜୀବନର ଏକ ଅଭୁଲା ମୁହୂର୍ତ୍ତ ଥିଲା । ଗତ ଥର ବିଜୟ ସମୟରେ ସେ ନିଜର କିଛି ବନ୍ଧୁଙ୍କ ଗହଣରେ ଖୁସି ମନାଇଥିବା ବେଳେ ଏଥର କିଛି ଖାସ୍ କରିବେ । ସେଥିପାଇଁ ଆଜି ସକାଳୁ ସେ ନିଜ ଫାଇନାନ୍ସ ଟିମ୍ ସହିତ ଆଲୋଚନା କରି ୧୦୦ ବାଣ୍ଟିବାକୁ ଶପଥ ନେଇଛନ୍ତି । ଏଥିସହିତ ଭାତରକୁ ସମର୍ଥନ କରିବାକୁ ପୁନୀତ ଆହ୍ୱାନ ଦେଇଛନ୍ତି ।

Get real time updates directly on you device, subscribe now.