fbpx

ହିନ୍ଦୁ ଦେବାଦେବୀଙ୍କୁ ନେଇ ଆହ୍ଲାବାଦ ବିଶ୍ୱବିଦ୍ୟାଳୟ ପ୍ରଫେସରଙ୍କ ବିବାଦୀୟ ବୟାନ: ‘ଯଦି ଶ୍ରୀରାମ ଓ କୃଷ୍ଣ ଆଜି ଥାଆନ୍ତେ ତେବେ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଥାନ୍ତା’

AAKASH

ଓଡ଼ିଶା ଭାସ୍କର: ୟୁପିର ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ପ୍ରଫେସର ବିକ୍ରମଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ପ୍ରଫେସର ଭଗବାନ ଶ୍ରୀରାମ ଓ କୃଷ୍ଣଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ଅଭିଯୋଗ ହୋଇଛି। ପ୍ରଫେସର ବିକ୍ରମଙ୍କ ବିରୋଧରେ ବିଶ୍ୱ ହିନ୍ଦୁ ପରିଷଦ, ହିନ୍ଦୁ ଜାଗରଣ ମଞ୍ଚ ଏବଂ ବଜରଙ୍ଗ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଭିଏଚପି ଜିଲ୍ଲା ଆବାହକ ଶୁଭମ୍ ଏହି ମାମଲାରେ କର୍ଣ୍ଣେଲଗଞ୍ଜ ଥାନାରେ ଅଭିଯୋଗ କରିଛନ୍ତି। ମଧ୍ୟକାଳୀନ ଏବଂ ଆଧୁନିକ ଇତିହାସ ବିଭାଗର ସହକାରୀ ପ୍ରଫେସର ଡକ୍ଟର ବିକ୍ରମଙ୍କ ବିରୋଧରେ ଆଇପିସି ଧାରା ୧୫୩-ଏ (ଧର୍ମ ଆଧାରରେ ଶତ୍ରୁତାକୁ ପ୍ରୋତ୍ସାହନ ଦେବା), ୨୯୫-ଏ (କୌଣସି ଶ୍ରେଣୀର ଧର୍ମ କିମ୍ବା ଧାର୍ମିକ ବିଶ୍ୱାସକୁ ଅପମାନିତ କରି ଧାର୍ମିକ ଭାବନାକୁ ଆଘାତ ଦେବା) ଏବଂ ଆଇଟି ଆକ୍ଟର ଧାରା ୬୬ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ପ୍ରଫେସର ବିକ୍ରମ ପ୍ରତିଦିନ ‘ଏକ୍ସ’ରେ ହିନ୍ଦୁ ଦେବଦେବୀଙ୍କୁ ନେଇ ଅଶ୍ଳୀଳ ଓ ଘୃଣ୍ୟ ମନ୍ତବ୍ୟ ଦେଉଥିବା ଅଭିଯୋଗ ହୋଇଛି। ହିନ୍ଦୁ ଦେବଦେବୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ କେବଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କ୍ରୋଧିତ କରିନାହିଁ, ବରଂ ହିନ୍ଦୁ ସମାଜ ମଧ୍ୟ କ୍ରୋଧିତ କରଛି। ଏହି ମାମଲାରେ ପ୍ରଫେସର ବିକ୍ରମଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ହିନ୍ଦୁ ସଂଗଠନ । ପ୍ରଫେସର ବିକ୍ରମ ‘ଏକ୍ସ’ରେ ପୋଷ୍ଟ କରିଥିଲେ ଯେ ଯଦି ଭଗବାନ ରାମ ଆଜି ଥାଆନ୍ତେ, ତେବେ ମୁଁ ଋଷି ଶମ୍ଭୁକଙ୍କୁ ହତ୍ୟା କରିବା ପାଇଁ ଆଇପିସିର ଧାରା ୩୦୨ ଅନୁଯାୟୀ ତାଙ୍କୁ ଜେଲ୍ ପଠାଇଥାନ୍ତା ଏବଂ ଯଦି କୃଷ୍ଣ ଆଜି ଥାଆନ୍ତେ, ତେବେ ତାଙ୍କୁ ମଧ୍ୟ ମହିଳା ନିର୍ଯାତନା ମାମଲାରେ ଜେଲ୍ ପଠାଇ ଦିଆ ଯାଇଥାନ୍ତା। ଏ ସମ୍ପର୍କରେ ପ୍ରଫେସର ବିକ୍ରମଙ୍କୁ ପଚରାଯିବାରୁ ସେ କହିଥିଲେ ଯେ ମୁଁ ଏହାକୁ ସମ୍ବିଧାନର ଢାଞ୍ଚାରେ ପୋଷ୍ଟ କରିଥିଲି।

ଅନ୍ୟପକ୍ଷରେ ପ୍ରଫେସରଙ୍କ ବିରୋଧରେ ଅଭିଯୋଗ କରିଥିବା ଭିଏଚ୍ପି ନେତା ଶୁଭମ୍ ଏହାକୁ ବିରୋଧ କରିଛନ୍ତି। ଭିଏଚ୍ପି ନେତା ଶୁଭମ୍ କହିଛନ୍ତି ଯେ ଭାରତୀୟ ସମ୍ବିଧାନ ବାକ୍ ସ୍ବାଧୀନତାକୁ ନେଇ ସେ ଏପରି କହିଛନ୍ତି, କିନ୍ତୁ ପ୍ରଫେସର ବିକ୍ରମଙ୍କ ଭଳି ଲୋକ ଏହାର ଫାଇଦା ଉଠାଇ ସାମାଜିକ ଅଶାନ୍ତି ସୃଷ୍ଟି କରୁଛନ୍ତି। ସେମାନେ ଜାଣନ୍ତି ନାହିଁ ଯେ ସମ୍ବିଧାନ ଏଭଳି ମନ୍ତବ୍ୟକୁ ଅନୁମତି ଦେଇନାହିଁ। ଏହା ଦ୍ୱାରା ଦେଶର ସୁରକ୍ଷା ଓ ଆଇନ ଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି ହୋଇପାରେ।

Get real time updates directly on you device, subscribe now.