fbpx
BJD
BJD SKY
BJD SKY

ଓଡ଼ିଆ ଯବାନ ସହିଦ: ରାଜସ୍ଥାନରୁ ଆସିଲା ଦୁଃଖ ଖବର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କିଛିଦିନ ତଳେ ଦେଶ ପାଇଁ କେତେଜଣ ଓଡ଼ିଆ ଯବାନ ପ୍ରାଣବଳୀ ଦେଇଥିବା ବେଳେ ପୁଣି ଆସିଛି ଏକ ବଡ଼ ଖବର । ରାଜସ୍ଥାନରୁ ଆସିଛି ଏକ ଦୁଃଖ ଖବର । ରାଜସ୍ଥାନ ସୀମାରେ ବିହାର ରେଜିମେଣ୍ଟରେ କାର୍ଯ୍ୟ କରୁଥିବା ଓଡ଼ିଆ ଯବାନ ସଚିଦାନନ୍ଦ ପ୍ରଧାନ ସହିଦ ହୋଇଛନ୍ତି । ସଚିଦାନନ୍ଦଙ୍କ ଅକାଳ ମୃତ୍ୟୁରେ ତାଙ୍କର ପରିବାରବର୍ଗ ଭାଙ୍ଗି ପଡ଼ିବା ସହିତ ଗ୍ରାମବାସୀ ତାଙ୍କୁ ଝୁରୁଛନ୍ତି ।

ସୂଚନା ମୁତାବକ, ସଚିଦାନନ୍ଦଙ୍କ ଘର ହେଉଛି ଗଞ୍ଜାମର ପାତ୍ରପୁର ବ୍ଲକ ଅନ୍ତର୍ଗତ ଜରଡ଼ା ପଞ୍ଚାୟତର ଅଭୟପୁର ଗ୍ରାମରେ । ସଚିଦାନନ୍ଦ ୧୯୯୫ ମସିହାରେ ଭାରତୀୟ ସେନାବାହିନୀରେ ଜଣେ ଜୁନିୟର କମିଶନଡ ଅଫିସର ଭାବେ ଯୋଗ ଦେବା ସହ ରାଜସ୍ଥାନ ସୀମାରେ ବିହାର ରେଜିମେଣ୍ଟରେ କାର୍ଯ୍ୟ କରୁଥିଲେ । ତେବେ ଗତକାଲି ହୃଦଘାତରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି ।

ଭାରତ ସରକାର ସଚିଦାନନ୍ଦଙ୍କୁ ସହିଦ ଭାବେ ଘୋଷଣା କରିବା ସହିତ ରାଷ୍ଟ୍ରୀୟ ସମ୍ମାନର ସହ ତାଙ୍କର ମୃତଦେହକୁ ଅନ୍ତିମ ସଂସ୍କାର କରିବେ ବୋଲି ଘୋଷଣା କରିଛନ୍ତି । ନିଜର ଜନ୍ମମାଟି ଅଭୟପୁର ଗ୍ରାମରେ ସଚିଦାନନ୍ଦଙ୍କଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯିବ । ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସରେ ନକ୍ସଲ ଆକ୍ରମଣରେ ସିଆରପିଏଫରେ କାର୍ଯ୍ୟରତ ଜଣେ ସଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇଥିଲେ । ସୁଶାନ୍ତଙ୍କୁ ଝୁରିଝୁରି ତାଙ୍କର ମାଆ ମଧ୍ୟ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ସେହିପରି ୧୨ ତାରିଖରେ ଓଡ଼ିଶାର ବରଗଡ଼ ଜିଲ୍ଲାର ଭେଡେନ ବ୍ଲକ ବାଘପାଲି ଗ୍ରାମର ନୀଳାଚଳ ପଟେଲ ପାଟ୍ରୋଲିଂ ସମୟରେ ସହିଦ ହୋଇଥିଲେ ।

Get real time updates directly on you device, subscribe now.