fbpx

ଏଲନ୍ ମସ୍କଙ୍କ ଅଜବ ଅଫର, କହିଲେ ୱିକିପିଡିଆର ନାମ ବଦଳାଇ ଦେଲେ ଦେବେ ୧ ବିଲିୟନ ଡଲାର

ନୂଆଦିଲ୍ଲୀ: ଆମେରିକୀୟ ଅରବପତି ଏଲନ୍ ମସ୍କ ମାଇକ୍ରୋବ୍ଲଗିଙ୍ଗ ପ୍ଲାଟଫର୍ମ ଟ୍ୱିଟରର ନାମ ଓ ପରିଚୟ ବଦଳାଇ ଦେଇଛନ୍ତି । ଏହାର ନାମ ଏବେ ଏକ୍ସ ହୋଇଯିବା ସହ ଏହାର ଲୋଗୋ ବି ବଦଳି ଯାଇଛି । ଏବେ ମସ୍କ ଲୋକପ୍ରିୟ ୱେବସାଇଟ୍ ୱିକିପିଡିଆର ପରିଚୟ ବଦଳାଇବାକୁ ଏକ ଅଫର ଦେଇଛନ୍ତି । ଏବେ ମସ୍କଙ୍କର ଏ ସଂପର୍କିତ ଏକ ପୋଷ୍ଟ ଜୋରଦାର ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ୱିକିପିଡିଆର ନାମ ବଦଳାଇଲେ ୧ ବିଲିୟନ ଡଲାର ଦେବେ ବୋଲି କହୁଛନ୍ତି ।

ମସ୍କ ନିଜ ଏକ୍ସର ନିଜ ଅଧିକାରୀକ ଆକାଉଣ୍ଟରେ ଏକ ଅପଡେଟ୍ ସେୟାର କରିଛନ୍ତି ଯେଉଁଥିରେ ୱିକିପିଡିଆର ଏକ ପେଜ୍‌ର ସ୍କ୍ରିନସଟ୍ ଦେଖିବାକୁ ମିଳୁଛି । ଏହି ସ୍କ୍ରିନସଟ୍‌ରେ ୱିକିପିଡିଆ ଫାଉଣ୍ଡର ଜିମି ୱେଲସ୍‌ଙ୍କ ଆବେଦନ ଦେଖିବାକୁ ମିଳୁଛି । ଏହି ଆବେଦନରେ ଜିମିଙ୍କ ପକ୍ଷରୁ ଡୋନେସନର ଦାବୀ କରାଯାଇଛି । ପ୍ରକୃତରେ ୱିକିପିଡିଆ ଏହାର ରିଡର୍ସଙ୍କୁ କହିଥାଏ କି ଏହା ଏକ ମୁକ୍ତ ମାଧ୍ୟମ ଓ ଏଥିପାଇଁ କୌଣସି ଅର୍ଥ ଭରଣା କରିବାକୁ ପଡିବ ନାହିଁ ।
ୱିକିପିଡିଆ ପକ୍ଷରୁ ଡୋନେସନର ଅପିଲକୁ ସେୟାର କରି ମସ୍କ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ।

ମସ୍କ ପଚାରିଛନ୍ତି ୱିକିପିଡିଆ ସଞ୍ଚାଳନ କରୁଥିବା ୱିକିମିଡିଆ ଫାଉଣ୍ଡେସନକୁ ଏହି ଡୋନେସନ ଓ ଏତେ ପଇସାର ଆବଶ୍ୟକତା କାହିଁକି ପଡୁଛି । ମସ୍କ ୱିକିପିଡିଆକୁ ସିରିୟସ ଅଫର ଦେବା ପରିବର୍ତ୍ତେ ଏହା ପକ୍ଷରୁ ଦାବୀ କରାଯାଉଥିବା ଡୋନେସନକୁ ନେଇ ତାହାର ପରିହାସ କରିଛନ୍ତି । ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯଦି ୱିକିପିଡିଆନିଜର ନାମ ବଦଳାଇ ଡିକ୍‌ପେଡିଆ  କରିଦେବ ତେବେ ଏହା ବଦଳରେ ସେ ୧ବିଲିୟନ ଡଲାର ପ୍ରଦାନ କରିବେ । ମସ୍କ ଲେଖିଛନ୍ତି ପ୍ଲାଟଫର୍ମକୁ ଅତି କମ୍‌ରେ ଗୋଟିଏ ବର୍ଷ ଲାଗି ଏପରି କରିବାକୁ ହେବ ।

Get real time updates directly on you device, subscribe now.