fbpx
BSKY
BJD MC SKY
BJD YOUTH SKY

କାରରେ ଏହି ପାର୍ଟସ୍ ଲଗାଇଥିଲେ ହୋଇଯାଅ ସାବଧାନ୍: ଲାଗିପାରେ ୫ ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ: କାରକୁ ଜବରଦସ୍ତ ଲୁକ୍ ଦେବା ଚକ୍କରରେ ଆମେ ସେଥିରେ କିଛି ପାର୍ଟସ୍ ଲଗାଇଥାଉ । ଏହା ସଉକ ହିସାବରେ ତ ଠିକ୍, କିନ୍ତୁ ନିୟମ ହିସାବରେ ଏପରି କରିବା ଦ୍ୱାରା ଆପଣଙ୍କ ଉପରେ ଜରିମାନା ଲାଗିପାରେ । ଯଦି ଆପଣଙ୍କ କାର ସାମ୍ନାରେ ବୁଲ୍ ବାର୍ ବା କ୍ରାସ ଗାର୍ଡ ଅଛି, ତେବେ ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । କାର ଉପରେ ବୁଲ ବାର ଓ କ୍ରାସ ଗାର୍ଡ ଲଗାଇବା ଉପରେ ସରକାର ସମ୍ପୂର୍ଣ୍ଣ ନିଷିଦ୍ଧ କରିଛନ୍ତି । ଯଦି କାରରେ ଏହା ଲଗାନ୍ତି, ତେବେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରେ । ଏହା ସହ ମାମଲା ବି ରୁଜୁ ହୋଇପାରେ । ଯଦି କାରରେ ବୁଲ ବାର ଓ କ୍ରାସ୍ ଗାର୍ଡ ଲଗାଇଛନ୍ତି, ତେବେ ତାହାକୁ ତୁରନ୍ତ ହଟାଇଦିଅନ୍ତୁ ।

ବୁଲ ବାର ବା କ୍ରାସ ଗାର୍ଡ ଗାଡ଼ିର ଚେସିସ୍ ଉପରେ ଲଗାଯାଏ । ଦୁର୍ଘଟଣା ସ୍ଥିତିରେ ଚେସିସ୍ କ୍ଷତିଗ୍ରସ୍ତ ହେବାର ବିପଦ ରହିଥାଏ । ଚେସିସର କୌଣସି କ୍ଷତି ସମ୍ଭାବିତ ରୂପରେ ଆପଣଙ୍କ ଗାଡ଼ିକୁ ବେକାର କରିପାରେ । ଅବଶ୍ୟ ଧକ୍କା କେତେ ଜୋରରେ ହୋଇଛି ଓ ଏଥିରେ ଚେସିସ କ୍ଷତି ହୋଇଛି କି ନାହିଁ, ଏହା ତୀବ୍ରତା ଉପରେ ନିର୍ଭର କରିଥାଏ ।

ଯଦି କାରରେ ବୁଲ ବାର ବା କ୍ରାସ ଗାର୍ଡ ଥାଏ, ତେବେ ଏହା ଦୁର୍ଘଟଣା ସମୟରେ ଏୟାରବ୍ୟାଗ ଖୋଲିବାକୁ ରୋକିଥାଏ । କାରଣ କାରର ଆଗ ଏବଂ ପଛରେ ଏୟାରବ୍ୟାଗ ପାଇଁ ସେନ୍ସର ରହିଥାଏ ଏବଂ ଧକ୍କା ହେଲେ ଏହା ପ୍ରଭାବ ଗାର୍ଡ ଉପରେ ଥାଏ । ତେଣୁ କାରରେ ଥିବା ଏୟାରବ୍ୟାଗଗୁଡ଼ିକର କୌଣସି ଅର୍ଥ ରୁହେନାହିଁ ।

Get real time updates directly on you device, subscribe now.