fbpx

ଏପ୍ରିଲରୁ ମହଙ୍ଗା ହେବ ଔଷଧ: ସରକାର ଦେଲେ ଅନୁମତି, ଜାଣନ୍ତୁ କାହା ଉପରେ କେତେ ପଡିବ ଏହାର ପ୍ରଭାବ?

ନୂଆଦିଲ୍ଲୀ: ବିଶ୍ୱସ୍ତରରେ ମୁଦ୍ରାସ୍ଫୀତି ବୃଦ୍ଧି ଓ ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁଁ ଦେଶରେ ବି ଦରଦାମ୍ ବୃଦ୍ଧି ପାଇବାରେ ଲାଗିଛି । ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ପରେ ଏବେ ମେଡିସିନର ଦାମ୍ ବୃଦ୍ଧି ହେବା ଖବର ସାମ୍ନାକୁ ଆସୁଛି । ଏପ୍ରିଲରୁ ପେନ୍ କିଲର, ଆଣ୍ଟିବାୟୋଟିକ୍, ଆଣ୍ଟି ଭାଇରସ୍ ସହିତ ଜରୁରୀ ମେଡିସିନର ଦାମ୍ ବଢ଼ିବାକୁ ଯାଉଛି । ଶେଡ୍ୟୁଲ ମେଡିସିନର ଦାମ୍ ୧୦ ପ୍ରତିଶତରୁ ଅଧିକ ବୃଦ୍ଧି କରିବାକୁ ସରକାର ଅନୁମତି ଦେଇଛନ୍ତି ।

ଦି ଇକୋନୋମିକ୍ ଟାଇମ୍ସ ଅନୁଯାୟୀ, ଭାରତର ଡ୍ରଗ୍ ପ୍ରାଇସିଂ ଅଥରିଟି ଶୁକ୍ରବାର ଦିନ ଶେଡ୍ୟୁଲ ମେଡିସିନ୍ ପାଇଁ ମୂଲ୍ୟରେ ୧୦.୭ ପ୍ରତିଶତ ବୃଦ୍ଧି କରିବାକୁ ଅନୁମତି ଦେଇଛି । ଏପ୍ରିଲ ମାସରୁ ନ୍ୟାସନାଲ ଲିଷ୍ଟ ଅଫ୍ ଏସେନସିଆଲ୍ ମେଡିସିନ୍ (ଏନଏଲଆଇଏମ) ଅଧୀନରେ ୮୦୦ ରୁ ଅଧିକ ମେଡିସିନର ମୂଲ୍ୟ ବୃଦ୍ଧି ପାଇବ ।

ମିଡିଆ ରିପୋର୍ଟ ଅନୁସାରେ, ମାର୍ଚ୍ଚ ୨୩ ରେ ଭାରତରେ ମେଡିସିନ୍ ମୂଲ୍ୟ ନିୟନ୍ତ୍ରଣ କରୁଥିବା ଏକ ସରକାରୀ ନିୟାମକ ଏଜେନ୍ସି ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି (ଏନପିପିଏ) ହୋଲସେଲ ମୂଲ୍ୟ ସୂଚକାଙ୍କ ଆଧାରରେ ମୂଲ୍ୟ ବୃଦ୍ଧି ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ ଦାଖଲ କରିବାକୁ କମ୍ପାନୀମାନଙ୍କୁ କହିଛି । ସେବେ କୁହାଯାଇଥିଲା କି, ଏପ୍ରିଲ ୧ ରୁ ସମସ୍ତ ଜରୁରୀ ମେଡିସିନର ମୂଲ୍ୟ ପ୍ରାୟ ୨ ପ୍ରତିଶତ ବୃଦ୍ଧି ହୋଇପାରେ ।

ଜରୁରୀ ମେଡିସିନର ଜାତୀୟ ଲିଷ୍ଟରେ ୮୭୫ରୁ ଅଧିକ ମେଡିସିନ୍ ସାମିଲ ଅଛି, ଯେଉଁଥିରେ ଡାଇବେଟିସ୍, ହାଇ ବ୍ଲଡ ପ୍ରେସର, କ୍ୟାନ୍ସର ମେଡିସିନ୍, ହେପାଟାଇଟିସ୍, କିଡନୀ ରୋଗ ଆଦିରେ ବ୍ୟବହୃତ ହେଉଥିବା ଆଣ୍ଟିରେଟ୍ରୋଭାଇରାଲ୍ ସାମିଲ ରହିଛି । ଯେଉଁ କମ୍ପାନୀଗୁଡିକ ଜରୁରୀ ଜାତୀୟ ମେଡିସିନର ଲିଷ୍ଟର ଅଂଶ ନୁହଁନ୍ତି, ସେମାନଙ୍କର ମୂଲ୍ୟ ବାର୍ଷିକ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମତି ଦିଆଯାଇଛି ।

Get real time updates directly on you device, subscribe now.