fbpx

ପୌର ଭୋଟ ଗଣତି: ଜାଣନ୍ତୁ କେଉଁ ଆସନରୁ କାହାର ହୋଇଛି ବିଜୟ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ସରିଥିବା ବେଳେ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ଆଗୁଆ । ୨୫୩ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ସୁବାସ ସିଂହ । ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ ସୁଦ୍ଧା କେଉଁ ଆସନରେ କାହାର ବିଜୟ ହୋଇଛି ଓ କିଏ ଆଗୁଆ ଅଛି…

ଅନୁଗୁଳ- ପୌରାଧ୍ୟକ୍ଷ:-
ଅନୁଗୁଳ ମ୍ୟୁନିସିପାଲିଟି ୨ ନମ୍ବର ୱାର୍ଡରେ ବିଜେଡି ବିଜୟୀ ହୋଇଛି । ବିଜେଡି ପ୍ରାର୍ଥୀ ଉଷାରାଣୀ ସାମଲ ୯୧୮ ଭୋଟରେ ବିଜୟୀ ହୋଇଥିବା ସୂଚନ ମିଳିଛି ।
ସେହିପରି ଅନୁଗୁଳ ମ୍ୟୁନିସିପାଲିଟିରେ ଓ୍ବାର୍ଡ-୧ରେ ବିଜେଡି ବିଜୟୀ ।

ଅନୁଗୁଳ ମ୍ୟୁନିସିପାଲିଟିରେ ଓ୍ବାର୍ଡ-୨ରେ ବିଜେଡି ବିଜୟୀ ।

ଅନୁଗୁଳ ମ୍ୟୁନିସିପାଲିଟିରେ ଓ୍ବାର୍ଡ-୩ରେ ବିଜେଡି ବିଜୟୀ ।

ଅନୁଗୁଳ ମ୍ୟୁନିସିପାଲିଟିରେ ଓ୍ବାର୍ଡ-୪ରେ ବିଜେପି ବିଜୟୀ ।

ବଲାଙ୍ଗିର ଜିଲ୍ଲା- ପୌରାଧ୍ୟକ୍ଷ:
ବଲାଙ୍ଗୀର ମ୍ୟୁନିସିପାଲିଟିରେ ବିଜେଡିର ଲିକା ସାହୁ ଆଗୁଆ ଅଛନ୍ତି ।
ତୁଷୁରା ଏନଏସିରେ ବିଜେଡିର ଅଜୟ ଜୟୱାଲ ଆଗୁଆ ଅଛନ୍ତି ।
କଣ୍ଟାବାଂଜିରେ ବିଜେଡିର ବିନୟ ବିଭାର ଆଗୁଆ ଅଛନ୍ତି ।
ଟିଟିଲାଗଡ଼ରେ ବିଜେପିର ମମତା ଜୈନ ଆଗୁଆ ଅଛନ୍ତି ।

ବାଲେଶ୍ୱର-ପୌରାଧ୍ୟକ୍ଷ:
ବାଲେଶ୍ୱର ମ୍ୟୁନିସିପାଲିଟିରେ ବିଜେଡିର ସବିତା ସାହୁ ଆଗୁଆ ଅଛନ୍ତି ।

ବରଗଡ଼-ପୌରାଧ୍ୟକ୍ଷ:-
ବରଗଡ଼ ମ୍ୟୁନିସିପାଲିଟିରେ ବିଜେଡିର କଳ୍ପନା ମାଝୀ ଆଗୁଆ ଅଛନ୍ତି ।
ବିଜେପୁରରେ ବିଜେଡିର ସୀତା ବାରିକ ଆଗୁଆ ଅଛନ୍ତି ।
ପଦମପୁରରେ ବିଜେଡିର ସାବିତ୍ରୀ ବାଗ ଆଗୁଆ ଅଛନ୍ତି ।

ବୌଦ୍ଧ- ପୌରାଧ୍ୟକ୍ଷ:-
ବୌଦ୍ଧ ଏନଏସିରେ ବିଜେଡି ଚେୟାରପର୍ସନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ମୃତ୍ୟୁଞ୍ଜୟ ମିଶ୍ର ୧୩୪୦ ଭୋଟରେ ବିଜୟୀ ହୋଇଛନ୍ତି । ସେ କଂଗ୍ରେସ ପ୍ରାର୍ଥୀ ଗଣେଶ କୁମାର ଅଗ୍ରୱାଲଙ୍କୁ ହରାଇଛନ୍ତି ।

ନୟାଗଡ଼- ପୌରାଧ୍ୟକ୍ଷ:-
ନୟାଗଡ଼ ମ୍ୟୁନିସିକାଲିଟିରେ ବିଜେଡିର ନିରୂପମା ଖଟେଇ ଆଗୁଆ ଅଛନ୍ତି ।

ନୂଆପଡ଼ା – ପୌରାଧ୍ୟକ୍ଷ:-
ନୂଆପଡ଼ା ଏନଏସିରେ ସ୍ୱାଧୀନ ପ୍ରାର୍ଥୀ ମହମ୍ମଦ ଆଦମ ଆଗୁଆ ଅଛନ୍ତି ।

ନବରଙ୍ଗପୁର- ପୌରାଧ୍ୟକ୍ଷ:-
ନବରଙ୍ଗପୁରରେ ବିଜେପିର କୁନୁ ନାୟକ ଆଗୁଆ ଅଛନ୍ତି ।

ଦେବଗଡ଼ – ପୌରାଧ୍ୟକ୍ଷ:-
ଦେବଗଡ଼ରେ ବିଜେଡିର ଶାନ୍ତିମଞ୍ଜରୀ ଦେଇ ଆଗୁଆ ଅଛନ୍ତି ।

ଯାଜପୁର- ପୌରାଧ୍ୟକ୍ଷ:-
ଯାଜପୁର ବ୍ୟାସନଗର ମ୍ୟୁନିସିପାଲିଟିର ୧ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜେଡି ପ୍ରାର୍ଥୀ ବିଜୟ କୁମାର ଜେନା ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କୁ ୨୧୫ ଭୋଟରେ ହରାଇଲେ ।

କଟକ- ପୌରାଧ୍ୟକ୍ଷ:-
ଆଠଗଡ଼ରେ ବିଜେଡିର ସସ୍ମିତା ରାଉତ ଆଗୁଆ ଅଛନ୍ତି ।
ବାଙ୍କୀରେ ବିଜେଡିର ମାଣିକ ସାହୁ ଆଗୁଆ ଅଛନ୍ତି ।

କଳାହାଣ୍ଡି- ପୌରାଧ୍ୟକ୍ଷ:-
ଧର୍ମଗଡ଼ରେ ବିଜେପିର ଅଶୋକ ମହାନ୍ତି ବିଜୟୀ ହୋଇଛନ୍ତି ।

କୋରାପୁଟ- ପୌରାଧ୍ୟକ୍ଷ:-
ଜୟପୁରରେ କଂଗ୍ରେସର ନରେନ୍ଦ୍ର ମହାନ୍ତି ଆଗୁଆ ଅଛନ୍ତି ।

କେନ୍ଦ୍ରାପଡ଼ା – ପୌରାଧ୍ୟକ୍ଷ:-
୩ ନମ୍ବର ୱାର୍ଡରେ କଂଗ୍ରେସର ତୁଳସୀ ହେମ୍ବ୍ରମ ବିଜୟୀ ।

୫ ନମ୍ବର ୱାର୍ଡରେ BJD ପ୍ରାର୍ଥୀ ନିରାକାର ସ୍ବାଇଁ ବିଜୟୀ ।

୭ ନମ୍ବର ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ଜୟନ୍ତୀ ପାଣି ବିଜୟୀ ।

୮ ନମ୍ବର ୱାର୍ଡରେ BJDର ସ୍ମୃତିପ୍ରଜ୍ଞା ଶତପଥୀ ବିଜୟୀ ।

୬ ନମ୍ବର ୱାର୍ଡରେ BJDର ପ୍ରଦୀପ ଜେନା ବିଜୟୀ ।

କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିରେ ୧ ନମ୍ବର ୱାର୍ଡରେ ବିଜେଡିର ପୁଷ୍ପଲତା ବେହେରା ବିଜୟୀ ।

୨ ୱମ୍ବର ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ କାଳୀପ୍ରସାଦ ମିଶ୍ର ବିଜୟୀ ।

୪ ନମ୍ବର ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ଶୁଭଶ୍ରୀ ନିବେଦିତା ସ୍ବାଇଁ ବିଜୟୀ ।

ଖୋର୍ଦ୍ଧା – ପୌରାଧ୍ୟକ୍ଷ:-
ବାଲୁଗାଁରେ ବିଜେଡିର ସୁକାନ୍ତି ପାଇକରାୟ ଆଗୁଆ ଅଛନ୍ତି ।

ମୟୂରଭଞ୍ଜ- ପୌରାଧ୍ୟକ୍ଷ:-
କରଞ୍ଜିଆରେ ବିଜେପିର ଜ୍ୟୋତ୍ସାରାଣୀ ମହାନ୍ତ ଆଗୁଆ ଅଛନ୍ତି ।
ରାଇରଙ୍ଗପୁରରେ ବିଜେଡିର ଅଭିଷେକ ପଟ୍ଟନାୟକ ଆଗୁଆ ଅଛନ୍ତି ।

ସୁନ୍ଦରଗଡ଼- ପୌରାଧ୍ୟକ୍ଷ:-
ବୀରମିତ୍ରପୁରରେ ବିଜେଡିର ସନ୍ଦୀପ ମିଶ୍ର ଆଗୁଆ ଅଛନ୍ତି ।

ଜଗତସିଂହପୁର- ପୌରାଧ୍ୟକ୍ଷ:-
ଜଗତସିଂହପୁରର ମୋଟ ୨୧ ଆସନରୁ ୧୫ଟି ଫଳ ଘୋଷଣା ହୋଇଛି । ବିଜେଡି-୮, କଂଗ୍ରେସ-୪, ବିଜେପି-୨, ସ୍ବାଧୀନ-୧ ଆସନରେ ବିଜୟୀ ହୋଇଛି ।

 

 

 

Get real time updates directly on you device, subscribe now.